ହ୍ୱାଟ୍‌ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ଙ୍କ ଗୁମର

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ କରୁଥିବା ଓ ଏଥିପାଇଁ ଆକ୍ଟରମାନଙ୍କୁ ବଳପୂର୍ବକ ଭାବେ ବାଧ୍ୟ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଶାଖା ଗିରଫ କରିଛି। ଆଜି କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ତାଙ୍କୁ ସମନ କରାଯାଇଥିବା ମଧ୍ୟ ସୂଚନା ମିଳିଛି।

ମୁମ୍ବାଇ ପୋଲିସ ମୁତାବକ ସିପି “ଫେବୃଆରୀ ୨୦୨୧ରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।”

କ୍ରାଇମ ବ୍ରାଞ୍ଚ ସୂତ୍ର ଅନୁଯାୟୀ ରାଜ କୁନ୍ଦ୍ରା ବ୍ରିଟେନରେ ରହୁଥିବା ପ୍ରଦୀପ ବକ୍ସିଙ୍କ ସମ୍ପର୍କୀୟ। ତାଙ୍କର କେନ୍ରିନ୍ ପ୍ରଡକ୍ସନ୍ ହାଉସ୍ ନାମକ ବ୍ରିଟେନର ଏକ କମ୍ପାନୀ ମଧ୍ୟ ଅଛି। ପ୍ରଦୀପ ବକ୍ସି ତାଙ୍କର ସମ୍ପର୍କୀୟ ତଥା ଏହି କମ୍ପାନୀର ଚେୟାରମ୍ୟାନ୍ ହେବା ବ୍ୟତୀତ ରାଜ କୁନ୍ଦ୍ରାଙ୍କ ବ୍ୟବସାୟିକ ସହଯୋଗୀ ଅଟନ୍ତି।

ରାଜ ଏବଂ ବକ୍ସିଙ୍କ ମଧ୍ୟରେ ହୋଇଥିବା ଏକ ହ୍ବାଟସଆପ୍‌ ଚାଟ୍‌ ମାଧ୍ୟମରୁ ବିସ୍ଫୋରକ ତଥ୍ୟର ଖୁଲାସା ହୋଇଛି। ଏହି ଚାଟ୍‌ରେ ଅଶ୍ଳୀଳ ବିଷୟବସ୍ତୁ ମାଧ୍ୟମରେ ଟଙ୍କା କାରବାର କିପରି ହୋଇଥିଲା ତାହାର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ରହିଛି। ଏହି ଚାଟ୍‌ ସହ ଜଡିତ ଅନ୍ୟ ନାମ ସହିତ ହ୍ବାଟ୍‌ସଆପ୍‌ରେ ଏକ ଗ୍ରୁପ୍ ଚାଟ୍ ମଧ୍ୟ ରହିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ରାଜ କୁନ୍ଦ୍ରା ପରୋକ୍ଷରେ ଏହି କମ୍ପାନୀର ମାଲିକ ଏବଂ ନିବେଶକ ଅଟନ୍ତି।

ଏହା ଜାଣିବାକୁ ମିଳିଛି ଯେ ରାଜ କୁନ୍ଦ୍ରାଙ୍କ ପୂର୍ବତନ ପିଏ ଭାରତରେ କେନ୍ରିନ୍ ପ୍ରଡକ୍ସନ୍ ହାଉସର ପ୍ରତିନିଧୀ ଭାବରେ କାର୍ଯ୍ୟ କରନ୍ତି ଏବଂ ଏହି କମ୍ପାନୀ ଅଶ୍ଳୀଳ ଚଳଚ୍ଚିତ୍ର ପାଇଁ ଅନେକ ଚୁକ୍ତିନାମା ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *