ଭୁବନେଶ୍ୱର: ଜଗି ଥାରେ ଜଗୁଆ ସବୁ ଖାଇଗଲା ଭଗିଆ। ଏହି କଥାଟି ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚେ। କିନ୍ତୁ ଏହା କହିବାର କାରଣ ଅଛି। ଅନେକ ଦିନ ପୂର୍ବରୁ କଟକ ବାରବାଟି ଷ୍ଟାଡିୟମରେ କ୍ରିକେଟ ଖେଳ ହେବ ବୋଲି ଚର୍ଚ୍ଚା ଆଲୋଚନା ହେଲା। ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା କହିଲେ ନସରେ। ରାଜ୍ୟରେ ଖେଳ ହେବ ମାନେ ସବୁ ଖୁସ। ଆଉ ଦିନ ପରେ ଦିନ ମାସ ପରେ ମାସ ଗଡି ଚାଲିଲା। ଶେଷରେ ଆସି ଡିସେମ୍ବର ପହଞ୍ଚିଲା। ସୁସଜ୍ଜିତ ହେଲା ବାରବାଟି। କଟକ ଲୋକଙ୍କର ପାଦ ଆଉ ମାଟିରେ ଲାଗିଲା ନାହିଁ। କେବଳ କଟକ ନୁହଁ ପୁରା ରାଜ୍ୟର ଲୋକଙ୍କର ଖୁସୀ କହିଲେ ନସରେ, କାରଣ ନୂଆ ସରକାର ଆସିଛନ୍ତି ପାସ ଖଣ୍ଡେ ମିଳିବ ଆଉ ଆମେ ଖେଳ ଟିକେ ଦେଖିବୁ। କାରଣ ପୂର୍ବରୁ ଗତ ସରକାର୍ ଆଉ କର୍ମୀ ମାନେ ପାସ ବାଣ୍ଟିଥିଲେ। ଏଥର ବି ହେବ।
ଏହି ଆଶାରେ ଆସି ପହଞ୍ଚିଲା ଖେଳ ସମୟ, ପ୍ରତି ଖେଳ ପ୍ରେମୀ ଆଉ ତାଙ୍କ ସାଙ୍ଗ ସାଥି ପ୍ରତିଟି ଚିଂହା ପରିଚିତ ଲୋକଙ୍କୁ ଫୋନ୍ କଲେ। ପାସ ଖଣ୍ଡେ ଦିଅନ୍ତୁ ଅମକେଇ ଲୋକ ଯିବେ। ଆଉ ସମାନ ଉତ୍ତର, ଆମ ପାଖକୁ ଆସିନାହିଁ ପାସ। କୁଜି ନେତା ଠାରୁ ବିଧାୟକ ଯାଏଁ, ଦଳୀୟ ଟାଣୁଆ ନେତା ଠାରୁ ମନ୍ତ୍ରୀ ଯାଏଁ ସମସ୍ତେ କହିଲେ ଆମ ପାଖରେ ପାସ ନାହିଁ। ଆଇଏଏସ ଅଧିକାରି ମାନେ କହିଲେ ଆମ ପାଖରେ ପାସ ନାହିଁ। ସମସ୍ତେ କହିଲେ ସାମ୍ୱାଦିକ ମାନେ ପାସ ରଖିଛନ୍ତି। କିନ୍ତୁ ସାମ୍ୱାଦିକ ମାନେ ନିଜ ଅଫିସରେ ନହେଲେ ଡଟ କମରେ ବସି ଖେଳ ଦେଖିଲେ। କ୍ରୀଡ଼ା ମନ୍ତ୍ରୀ ଙ୍କ ପାଖ ଲୋକ ତ ଏପରି କହିଲେ ଯେମିତି OCA ତାଙ୍କୁ ଅଣଦେଖା କରି ଖେଳ କରିଛି। ମନ୍ତ୍ରୀଙ୍କ କିଛି ପାଖ ଲୋକ କହିଲେ ସାରଙ୍କ ପାଖକୁ ମାତ୍ର ୮ ଟା ପାସ ଆସିଥିଲା। ଆଉ କେହି କେହି କହିଲେ ୨୦୦ ପାସ ଦେଇଥିଲେ ଭାଇ (ମନ୍ତ୍ରୀ) ଫେରାଇ ଦେଲେ।
ଆହୁରି ଚର୍ଚ୍ଚା ହେଉଛି ସରକାରୀ ଦଳର ନ୍ୟୁଜ କଭର କରୁଥିବା ସାମ୍ୱାଦିକଙ୍କ ପାଇଁ କୁଆଡେ ରାଜ୍ୟ ସଭାପତି ଓ ଅନ୍ୟ ନେତା ମିଶି ୨୦୦ ପାସ ବ୍ୟବସ୍ଥା କରାଇଥିଲେ। କିନ୍ତୁ କିଛି ଶକ୍ତିଶାଳୀ ନେତା ସେସବୁ ନେଇ ଚମ୍ପଟ ମାରିଲେ।
ଏଠି ପ୍ରଶ୍ନ
ତେବେ ଏଥର ପାସ୍ ଗଲା କୁଆଡେ ?
ବିଧାୟକ ମାନେ ନେଇ ନାହିଁ କହିଲେ?
ମନ୍ତ୍ରୀଙ୍କୁ ସତରେ କଣ ପାସ ଦେଇ ନାହାନ୍ତି?
କ୍ରୀଡ଼ା ମନ୍ତ୍ରୀ କଣ ମାତ୍ର ୮ ଟି ପାସ ପାଇଥିଲେ? ଏହା ସତ କି ମିଛ?
ଏଠାରେ ପଦିଏ କହିବାକୁ ଆମେ ଚାହୁଁଛୁ, ଯେଉଁ ସାମ୍ୱାଦିକ ଦିନରାତି ଦଳୀୟ ଠାରୁ ସରକାରଙ୍କ ଯାଏ ରାତି ଅନିଦ୍ରା ହେଇ କାର୍ଯ୍ୟ କରୁଛି ସରକାରଙ୍କର କଣ ଏହା ସମ୍ମାନ? ଦଳୀୟ ନେତା କଣ ଚିହ୍ନି ପାରିଲେ ନାହିଁ ଏମାନଙ୍କୁ? ନା ସରକାରୀ ଅଫିସରେ ମାନେ ନିଜ ଚିହ୍ନା ପରିଚିତ ଲୋକ ଛାଡ଼ି ବାକି ସଭିଙ୍କୁ ଭୁଲିଗଲେ?

