ବାବୁସାନଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି

Top Storise ରାଜ୍ୟ

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଆଜି ଡିସଚାର୍ଜ ହୋଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ ପତ୍ନୀ ତୃପ୍ତି ଶତପଥୀ ।

ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ମେଡିକାଲରେ ପହଞ୍ଚିଥିଲେ । ବାବୁସାନଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ତାଙ୍କ ପତ୍ନୀ ତୃପ୍ତି ଶତପଥୀ ହିଁ କରିଛନ୍ତି ଏବଂ ଉଭୟଙ୍କ ସଂପର୍କ ଖୁବ୍ ଭଲ ଅଛି ବୋଲି ଅଭିନେତା ରବି ମିଶ୍ର କହିଛନ୍ତି।

ସୂଚନା ଅନୁସାରେ, ଦମନ ଫିଲ୍ମର ପ୍ରମୋସନ୍ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ ବାବୁସାନ୍ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଏହି କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବାବୁସାନ୍ । ପ୍ରାୟ ତିନି ଚାରି ଦିନ ହେବ ବାବୁସାନ ଚିକିତ୍ସିତ ହେବା ପରେ ଆଜି ସୁସ୍ଥ ହୋଇଥିବାରୁ ଡିସଚାର୍ଜ ହୋଇଥିଲେ ।

ଏହି ସମୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ସାଙ୍ଗରେ ଥିବାରୁ ବାବୁସାନ୍ ଓ ତୃପ୍ତି ମଧ୍ୟରେ ଥିବା ବିବାଦ ସମାଧାନ ହେବା ସହ ସେମାନେ ଏକାଠି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *