ସାମସନଙ୍କୁ ନେଇ ଚର୍ଚ୍ଚା: ସିଏସକେ ନା କେକେଆର କେଉଁଠିକୁ ଯିବେ?

କ୍ରୀଡ଼ା

ଆଇପିଏଲ ଆଗାମୀ ସିଜିନକୁ ନେଇ ଏବେଠୁ ଚର୍ଚ୍ଚା । ସବୁଠୁ ବଡ଼ ଚର୍ଚ୍ଚା ହେଉଛି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଦଳ ଛାଡ଼ିପାରନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ୍ କିମ୍ବା କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇପାରନ୍ତି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସାମସନ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଖେଳିବା ପାଇଁ ଅଧିକ ଆଗ୍ରହୀ ଅଛନ୍ତି। ଗତ ଆଇପିଏଲ ଶେଷ ହେବା ପରେ ସେ ଆମେରିକା ଯାଇଥିଲେ ଚେନ୍ନାଇ ସୁପରକିଙ୍ଗସ୍ ମ୍ୟାନେଜମେଣ୍ଟ ଓ କୋଚଙ୍କ ସହ ଦେଖାକରିବାକୁ।

ରିପୋର୍ଟ ଅନୁଯାୟୀ ରିଲିଜ କରିବାକୁ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟକୁ ଜଣାଇ ସାରିଛନ୍ତି।ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ଉଭୟ ସଞ୍ଜୁଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହୀ ଅଛନ୍ତି । ସଞ୍ଜୁଙ୍କ ସହ ସିଏସକେ ମ୍ୟାନେଜମେଣ୍ଟର ଆଲୋଚନା ମଧ୍ୟ ହୋଇଛି ।

କେକେଆରକୁ ଜଣେ ଭଲ ଭାରତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ରହିଛି ଏବଂ ସେମାନେ ସଞ୍ଜୁଙ୍କୁ ଏକ ଉପଯୁକ୍ତ ବିକଳ୍ପ ଭାବେ ଦେଖୁଛନ୍ତି । ସଞ୍ଜୁଙ୍କୁ ଦଳରେ ସାମିଲ କରିବା ପାଇଁ କେକେଆର ଭେଙ୍କଟେଶ ଆୟରଙ୍କ ପରି ଖେଳାଳିଙ୍କୁ ରିଲିଜ୍ କରିପାରେ ।

ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ସହିତ ଚୁକ୍ତିବଦ୍ଧ ଅଛନ୍ତି, ତେଣୁ ଦଳ ଛାଡିବାର ଚୂଡାନ୍ତ ନିଷ୍ପତ୍ତି ଫ୍ରାଞ୍ଚାଇଜ୍ ଉପରେ । ରାଜସ୍ଥାନ ଚାହିଲେ ତାଙ୍କୁ ଟ୍ରେଡ୍ କରିପାରିବ, ନିଲାମ ପାଇଁ ଛାଡିପାରିବ କିମ୍ବା ଦଳରେ ରଖିପାରିବ । ଯଦି ରାଜସ୍ଥାନ ରୟାଲ୍ସ ତାଙ୍କୁ ଛାଡିବାକୁ ମନା କରେ, ତେବେ ତାଙ୍କୁ ଦଳରେ ରହିବାକୁ ପଡିବ ।

Leave a Reply

Your email address will not be published. Required fields are marked *