ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଭାବେ ତାଙ୍କ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ପୋଲିସ ମହିଳାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସମେତ ଚାରି ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି
ଦିଲ୍ଲୀ ଗ୍ରେଟର ନୋଏଡାରେ ଘଟିଥିବା ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୩୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ ଜୀଅଁନ୍ତା ଜାଳିଦେଇଛନ୍ତି ସ୍ୱାମୀ ଓ ଶାଶୁ ଶ୍ୱଶୁର । ତା’ ପୁଣି କୁଅ ପୁଅଟିର ଆଖି ସାମ୍ନାରେ । ଏହି ହତ୍ୟାକାଣ୍ଡ ବେଳର ଏକ ଭିଡିଓ ବି ସାମ୍ନାକୁ ଆସିଛି, ଯାହାକୁ ନା ଦେଖିହେବ ନା ଦେଖାଇହେବ । ମହିଳା ଜୀଅଁନ୍ତା ଜଳୁଥିବାର ଦେଖାଯାଉଛି ଭିଡିଓରେ ।
ମୃତ ମହିଳାଙ୍କ ନାଁ ନିକ୍କି । ୨୦୧୬ରେ ନିକ୍କି ଓ ତାଙ୍କ ବଡ ଭଉଣୀ କଞ୍ଚନଙ୍କ ବିବାହ ଗୋଟିଏ ପରିବାରରେ ହୋଇଥିଲା । ବିପିନଙ୍କୁ ବାପା ହୋଇଥିଲେ ନିକ୍କି । ବାହାଘର ବେଳେ ଏକ ଟପ୍ ମଡେଲ ସ୍କର୍ପିଓ, ବୁଲେଟ ଓ ଲକ୍ଷାଧିକ ଟଙ୍କା ଯୌତୁକ ଦେଇଥିଲେ ଝିଅ ଘର ଲୋକ । ହେଲେ ଏତିକିରେ ଲୋଭ କମିନଥିଲା । ୩୬ ଲକ୍ଷ ଯୌତୁକ ଆଣିବାକୁ ଦୁଇ ଭଉଣୀଙ୍କ ଉପରେ ଅତ୍ୟାଚାର କରୁଥିଲେ ଶାଶୁଘର । ଖାସ୍ କରି ନିକ୍କିଙ୍କୁ ଅଧିକ ମାରପିଟ୍ କରୁଥିଲେ । ଶାଶୁ ଓ ସ୍ୱାମୀ ନିକ୍କିଙ୍କ ଚୁଟି ଟାଣି ତାଙ୍କୁ ପିଟୁଥିବାର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ନିକ୍କିର ବାହାଘର ତାର ପରିବାର ପାଇଁ ଏକ ଭୟଙ୍କର ସ୍ବପ୍ନ ଭଳି ଥିଲା । ବିପିନ ତାର ସ୍ତ୍ରୀ ନିକ୍କିକୁ ନିଆଁ ଲଗାଇଦେଲା । ସେହି ଦୃଶ୍ୟ ମନେ ପଡ଼ିଲେ ନିକ୍କିଙ୍କ ମାତାପିତାଙ୍କ ଆତ୍ମା ଥରି ଉଠୁଛି। ସେମାନେ କହିଛନ୍ତି ଯେ ବିପିନ ଏବଂ ତାର ପରିବାର ଲୋକେ ଯୌତୁକ ପାଇଁ ନିକ୍କିକୁ ହଇରାଣ କରୁଥିଲେ। ସେମାନେ କେବେ ଭାବି ନଥିଲେ ଯେ ଏମିତି ଏକ ଦିନ ଆସିବ କି ଟଙ୍କା ଲୋଭୀ ରାକ୍ଷସ ମାନେ ଝିଅକୁ ନିଆଁରେ ପୋଡ଼ି ଦେବେ।ନିକ୍କିର ବାପା କାନ୍ଦି କାନ୍ଦି କହିଥିଲେ, “ଆମେ ଏନକାଉଣ୍ଟର ଚାହୁଁଛୁ, ସରକାର କ’ଣ କରୁଛନ୍ତି?” ୨୮ ବର୍ଷୀୟ ନିକ୍କିର ସ୍ୱାମୀ ଏବଂ ଶାଶୁଘର ଲୋକେ ୩୬ ଲକ୍ଷ ଟଙ୍କାର ଯୌତୁକ ଦାବି କରି ତାକୁ ନିଆଁ ଲଗାଇଥିଲେ। ନିକ୍କୀର ବାପା ଦାବି କରିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟରରେ ମାରି ଦିଆଯାଉ ଏବଂ ଏହି ଜଘନ୍ୟ ଅପରାଧର ଶାସ୍ତି ସ୍ୱରୂପ ସେମାନଙ୍କ ଘର ଭାଙ୍ଗି ଦିଆଯାଉ।
ଅଭିଯୁକ୍ତ ବିପିନ ଭାଟୀକୁ ପୋଲିସ ଗିରଫ କରିଛି । ପୋଲିସ ତାକୁ ଗୁଳି କରିଛି ଓ ତା ଗୋଡରେ ଗୁଳି ବାଜିଛି । ଶନିବାର ସନ୍ଧ୍ୟାରେ ବିପିନକୁ ପୋଲିସ ହେପାଜତକୁ ନେଇଥିଲା। ରବିବାର ସେ ସିରସା ଚୌହାରୀ ନିକଟରେ ହେପାଜତରୁ ପଳାଇବାକୁ ଚେଷ୍ଟା କରିଥିଲା, ଯେଉଁଥିପାଇଁ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା । ବିପିନର ଗୋଡରେ ବାଜିଥିଲା ଗୁଳି । ଗୁଳି ବାଜିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହସ୍ପିଟାଲରେ ବିପିନ ଭାଟୀଙ୍କୁ ପଚରାଗଲା ଯେ ତାଙ୍କୁ ଏହି କାମ ପାଇଁ ସେ ଅନୁତପ୍ତ କି ? ସେ କହିଲା ଯେ ସେ ନା ପତ୍ନୀଙ୍କୁ ମାରିଛି ନା ତାକୁ ଅନୁତାପ କରିବାକୁ ପଡୁଛି। ହସ୍ପିଟାଲ ବେଡ଼ରେ ଶୋଇଥିବା ବିପିନ ଭାଟୀ କହିଛି, “ସେ ନିଜେ ମରିଛନ୍ତି। ମୁଁ କିଛି କରି ନାହିଁ, ମୁଁ ତାଙ୍କୁ ମାରି ନାହିଁ ଆଉ ଅନୁତାପ ମଧ୍ୟ ନାହିଁ।

