ଲିଭଇନରେ ରହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

Top Storise ଅପରାଧ ଦେଶ- ବିଦେଶ

ବ୍ୟୁରୋ : ଲିଭ୍ ଇନ୍ ରେ ରହିଲେ ଦୁଷ୍କର୍ମ କଲେ। ଏପରି ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ତାଙ୍କ ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ସେ ଆହୁରି କହିଛନ୍ତି କି, ଯୁବକ ଜଣକ ଭିଡିଓ ଓ ଫଟୋ ଉଠାଇବା ପରେ ସେ ସବୁକୁ ତାଙ୍କ ବାପା-ମା’ଙ୍କ ନିକଟକୁ ପଠାଇଛନ୍ତି । ଫଳରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍‌ଇନ୍‌ରେ ରହୁଥିଲେ । ଲିଭ୍‌ଇନ୍‌ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ । ଏବଂ ତାଙ୍କୁ ଶୀଘ୍ର ବିବାହ କରିବାକୁ କହୁଥିଲେ । ଫଳରେ ସେ ଘରକୁ ଫେରିଆସିଥିଲେ ।

ଘରକୁ ଆସିବା ପରେ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିଲା । ପୁଣି ଥରେ ତା ନିକଟକୁ ଫେରିବାକୁ କହିଥିଲା । ହେଲେ ଯୁବତୀ ମନା କରିଦେବାରୁ ତାଙ୍କ ବାପା-ମା’ଙ୍କ ନିକଟକୁ ଆପତ୍ତିଜନକ ଫଟୋ ଯୁବକ ପଠାଇଥିବା ସେ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ଅଭଯୁକ୍ତକୁ ଧରିବାକୁ ପ୍ରୟାସ କରୁଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କହିଛି ।

Leave a Reply

Your email address will not be published. Required fields are marked *