ବିଲରେ କାମ କରୁଥିଲେ, ବଜ୍ରପାତରେ ୨ ମୃତ ଓ ୩ ଗୁରୁତର

Top Storise ରାଜ୍ୟ

ମାଲକାନଗିରି: ବିଲରେ କାମ କରୁଥିବା ବେଳେ ବଜ୍ରାଘାତ। ବଜ୍ରାଘାତରେ ଘଟଣାସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ମୃତକମାନେ ହେଲେ ଦହିମତି ଖିଲ(୨୬) ଓ ଲକ୍ଷ୍ମୀ କେପୋ(୨୮)। ଆହତମାନେ ହେଲେ ଜୁସିଲା ଖିଲ, ଗୀତା ପାଙ୍ଗୀ, ଅଚିନ୍ତା ଖିଲ। ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଅଞ୍ଚଳର ରାଉଳିଗୁଡ଼ା ଓ ବାଉଁଶଗୁଡ଼ା ଗ୍ରାମର।

ଗୁରୁତର ମାନଙ୍କୁ ପାଣ୍ଡ୍ରିପାଣି ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ମଧ୍ୟାହ୍ନ ସମୟରେ ସମସ୍ତେ ଜମିରେ ଚାଷ କାମ କରୁଥିବା ବେଳେ ହଠାତ ଆକାଶରେ କଳାହାଣ୍ଡିଆ ମେଘ ଛାଇ ଯାଇଥିଲା। ବିପତ୍ତି ପଡ଼ିବା ନେଇ ଆଶଙ୍କା କରୁଥିବା ବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ସେମାନେ ଚାଷ ଜମିରେ ଚେତା ହରାଇ ପଡ଼ି ଯାଇଥିଲେ। ସ୍ଥାନୀୟ କିଛି ଲୋକ ଏହା ଦେଖିବା ପରେ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ଡାକ୍ତରଖାନା ଆଣିଥିଲେ।

ହେଲେ ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ତିନି ଗୁରୁତରଙ୍କୁ ଚିକିତ୍ସା ଜାରି ରହିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *