ଆଗାମୀ ୨୪ ଘଣ୍ଟାରେ ବର୍ଷା ସହିତ କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରିଥିବା ବେଳେ ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି । ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲିଠାରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ଯାଏଁ ଖସିବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ନବରଙ୍ଗପୁର, କୋରାପୁଟ, ମାଲାକାନଗିରି, କନ୍ଧମାଳ,ଗଞ୍ଜାମ,ଅନୁଗୁଳ ଏବଂ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ରାୟଗଡ଼ା, ଗଜପତି,କେଉଁଝର,ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ ଏବଂ ଯାଜପୁରରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ କାଳବୈଶାଖୀ ହେବା ନେଇ ପୁର୍ବାନୁମାନ କରାଯାଇଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ପର୍ଯ୍ୟନ୍ତ ଯାଇପାରେ । ଏନେଇ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧ ତାରିଖରୁ ୨ ତାରିଖ ମଧ୍ୟରେ ଅର୍ଥାତ୍ ସୋମବାର ନବରଙ୍ଗପୁର,କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ କିଛି କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *