ଓଡ଼ିଶାରେ ଯୋଗ ଦିବସ ପାଳିତ

Top Storise ରାଜ୍ୟ

ଭୁବନେଶ୍ୱର : ଆଜି ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧କୁ ସାରା ବିଶ୍ୱରେ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୭୭ଟି ଦେଶରେ ଯୋଗସନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଥିମ୍ ରହିଛି ମାନବିକତା ପାଇଁ ଯୋଗ। ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତିର ନିଦର୍ଶନ। ଯୋଗ କରିବା ଦ୍ୱାରା ମନୁଷ୍ୟ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ହୋଇଥାଏ।

ସାରା ଦେଶରେ ୭୫ଟି ଐତିହ୍ୟ ସ୍ଥଳରେ ଯୋଗାସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେଥିମଧରୁ ଓଡ଼ିଶାରେ ୩ଟି ଐତିହ୍ୟ ସ୍ଥଳରେ ମଧ୍ୟ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ। ‘ଆଜାଦୀ କା ଅମୃତ ମହୋତ୍ସବ’ର ଏକ ଅଂଶଭାବେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କୋଣାର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗାସନ କରିଥିବା ବେଳେ ଜଗନ୍ନାଥ ଧାମ ପୁରୀରେ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଏବଂ ମୟୂରଭଂଜ ଖିଚିଂରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଯୋଗଭ୍ୟାସ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଚଳ ପ୍ରଦେଶ କଙ୍ଗ୍ରା ଫୋର୍ଟରେ ଯୋଗରେ ସାମିଲ ଥିଲେ।

ଭୁବନେଶ୍ୱର ସ୍ଥିତ ଫାୟାର ଷ୍ଟେସନ ପରିସରରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଗ୍ନିଶମ ବାହିନରୀ ସମସ୍ତ କର୍ମଚାରୀ ଯୋଗାଭ୍ୟାସ କରିଛନ୍ତି।ବିଏସଏଫ୍ ଯବାନ ମଧ୍ୟ ଯୋଗାଭ୍ୟାସ କରିଥିବା ଦେଖିବାକୁ ମିଳିଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ଯୋଗ କାର୍ଯ୍ୟକ୍ରମ କରାଯାଇଛି। ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତିର ନିଦର୍ଶନ। ପୂର୍ବରୁ ଘରେ ସୀମିତ ଥିଲେ ଏବେ ବିଶ୍ୱରେ ପହଂଚି ପାରିଛି।

Leave a Reply

Your email address will not be published. Required fields are marked *