ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଜେଲ ଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଏହି ଅଭିଯୋଗରେ ଦିଲ୍ଲୀର ଖଜୁରୀ ଖାସରେ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଛି। ସେ ଜାମିନରେ ଆସି ଜେଲକୁ ଯିବାକୁ ଚାହୁଁଥିଲେ।

ସଲମାନ ନାମକ ଏହି ଯୁବକ ଗତକାଲି ରାତିରେ ପୋଲିସକୁ ମୋଦୀଙ୍କୁ ମାରିବାକୁ ଚାହଉତିବା ଧମକ ଦେଇଥିଲା। ଏହାପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା।

ଏହି ଡାକରା ପରେ ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରୁ ଗିରଫ କରି ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲା। ପଚରାଉଚରା ବେଳେ ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଜାମିନରେ ମୁକୁଳିବା ପରେ ବି ଜେଲ ଯିବାକୁ ଚାହୁଁଥିବାରୁ ସେ ଏହି କଲ କରିଛନ୍ତି।

ସଲମାନଙ୍କ ବିରୋଧରେ ଅନେକ ମାମଲା ରହିଛି ଏବଂ ଜାମିନରେ ଆସିଥିବା ପୋଲିସ ଜାଣିବାକୁ ପାଇଛି।

Leave a Reply

Your email address will not be published. Required fields are marked *