ମୁକେଶ ଆମ୍ବାନୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା, ଏବେ ତାଙ୍କୁ ୫୫ ଜଣ ଜଗିବେ

Top Storise ଦେଶ- ବିଦେଶ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ିଲା। କେନ୍ଦ୍ର ଗୃହମନ୍ତ୍ରଣଳାୟ ପକ୍ଷରୁ ମୁକେଶ ଆମ୍ବାନୀଙ୍କ ସୁରକ୍ଷା କଭରକୁ ବୃଦ୍ଧି କରାଯାଇ ଥିବା ସୂଚନା ମିଳିଛି। ଏବେ ଆମ୍ବାନୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମିଳିବ। ଆମ୍ବାନୀଙ୍କ ଜୀବନ ପ୍ରତି ବିପଦ ଥିବା ଗୋଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ମୁକେଶ ଆମ୍ବାନୀଙ୍କୁ ପୂର୍ବରୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ ବର୍ଷ ମୁକେଶ ଆମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବୋମା ଆତଙ୍କ ପରେ ତାଙ୍କୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ଏବେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବୃଦ୍ଧି କରାଯାଇଛି। ଭାରତରେ ପ୍ରତିଷ୍ଠିତ ତଥା ଜଣାଶୁଣା ବ୍ୟକ୍ତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି। ଗୋଇନ୍ଦା ବିଭାଗର ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବର୍ଗରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଥାନ୍ତି। ଜଣେ ବ୍ୟକ୍ତିଙ୍କ ପ୍ରତି କେତେ ପରିମାଣରେ ବିପଦ ଅଛି ତାକୁ ହିସାବକୁ ନେଇ ଦେଶର ସୁରକ୍ଷ୍ୟା ବ୍ୟବସ୍ଥାକୁ ୫ଟି ବର୍ଗରେ ବିଭକ୍ତିକରଣ ରାଯାଛି। ତାହା ହେଉଛି x, y,z ଏବଂ z+ ଏବଂ ଏସପିଜି। କେବଳ ଦେଶର ଭିଆଇପି ଏବଂ ଭିଭିଆଇପି, ଆଥଲେଟ୍‌ , ପ୍ରତିଷ୍ଠିତ କଳାକାର ଏବଂ ଅନ୍ୟ ହାଇପ୍ରୋଫାଇଲ ରାଜନୈତିକ ବ୍ୟକ୍ତିଙ୍କୁ ଏହି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ।

ଜେଡ୍‌ ପ୍ଲସ ହେଉଛି ସୁରକ୍ଷା ବ୍ୟବସ୍ଥାର ଦ୍ୱିତୀୟ ବୃହତ ସୁରକ୍ଷା କଭର। ଏହି ବ୍ୟବସ୍ଥାରେ ଜଣେ ବ୍ୟକ୍ତଙ୍କ ନିରାପତ୍ତା ପାଇଁ ୫୫ ଜଣ ନୟୋଜିତ ହୋଇଥାନ୍ତି। ସେଥିରେ ୧୦ରୁ ଊର୍ଦ୍ଧ୍ୱ ଏନସଜି କମାଣ୍ଡୋ ଓ ପୁଲିସ ଅଫିସର ଥାନ୍ତି। ପ୍ରତ୍ୟେକ କମାଣ୍ଡୋଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ସେମାନେ ମାର୍ଶାଲ ଆର୍ଟରେ ବେଶ ପାରଙ୍ଗମ। ସେମାନେ ମଧ୍ୟ ଅନ ଆର୍ମଡ୍ କମ୍ବାଟ ଟ୍ରେନିଂ ପ୍ରାପ୍ତ। ଏହି ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଯୋଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *