କେନ୍ଦ୍ରାପଡ଼ା : ଦିନରାତି କରୋନା ସହିତ ଲଢୁଥିଲେ ପୁଲିସ ଅଧିକାରୀ । ସରକାରଙ୍କ କରୋନା କଟକଣାକୁ କାର୍ଯ୍ୟକାରୀ କରାଇବା ହେଉ କି କରୋନା ସମ୍ପର୍କିତ ସଚେତନତା ହେଉ, ଜନସାଧାରଣଙ୍କ ସହିତ ସାମିଲ ହୋଇଥିଲେ ଏମାନେ । କେତେବେଳେ କେମିତି ଏମାନେ କେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇ ପଡିଥିଲେ । ଏବେ ଏମାନେ କରୋନାରୁ ମୁକ୍ତ ହୋଇ ପୁଣି ନିଜନିଜ କର୍ମକ୍ଷେତ୍ରକୁ ଫେରିଆସିଲେଣି । କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପୋଲିସ କର୍ମଚାରୀ ଚଳିତବର୍ଷ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନିଜ ଜୀବନ ଫେରି ପାଇଛନ୍ତି । ଜୀବନକୁ ବାଜି ଲଗାଇ କରୋନା ସହିତ ରହି କରୋନା ସହ ଲଢି କରୋନାକୁ ପରାସ୍ତ କରିଛନ୍ତି ଏମାନେ । କେତେବେଳେ କରୋନା ଆକ୍ରାନ୍ତ ଫେରାର ଅପରାଧିକୁ ମାଡି ବସିବା ହେଉ କି କରୋନା କଟକଣା ମାନୁନଥିବା ସଂକ୍ରମିତ ଅମାନିଆଙ୍କୁ ସବାଡ କରିବା ହେଉ, ଜନସାଧାରଣଙ୍କୁ କରୋନା ଠାରୁ ଦୂରେଇ ରଖିବା ପାଇଁ ଦିନରାତି ପୋଲିସକୁ ଏକ କରିବାକୁ ପଡେ । ଅନେକ ସମୟରେ ପୋଲିସ ଅନ୍ୟକୁ ସଚେତନ କରିବାକୁ ଯାଇ ନିଜେ ଫସିଯାଏ । ତଥାପି ପୋଲିସ କରୋନା ଯୁଦ୍ଧ ସହ ସାଲିସ କରିନି । ଏହି ସାଲିସ ବିହୀନ ଅପରାଜିତ କରୋନା ଯୋଦ୍ଧାମାନଙ୍କୁ ଆଜି କେନ୍ଦ୍ରାପଡା ଏସ୍ ପି ନିତିଶେଖର ସମ୍ମାନିତ କରିଛନ୍ତି । କେନ୍ଦ୍ରାପଡା ଟାଉନ ଥାନା ପରିସରରେ ସମ୍ବର୍ଦ୍ଧିତ ଏହି ପୋଲିସ ପ୍ରତିଭା ମାନଙ୍କ ମଧ୍ୟରେ ଅଛନ୍ତି ଟାଉନ୍ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଏସ୍ ଆଇ ପ୍ରଜ୍ଞାଶ୍ରୀ ନାୟକ ଓ ପ୍ରମୁଖ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। କେନ୍ଦ୍ରାପଡା ଏସ୍ ପି ନିତିଶେଖର ଏହି ପ୍ରତିଭା ମାନଙ୍କୁ ଫୁଲ ତୋଡା ଦେଇ ସମ୍ମାନିତ କରିଛନ୍ତି ।
![](https://dharaninews.in/wp-content/uploads/2020/10/0202.jpg)