20200721-ବିବଶ-1

ଅସହାୟ ବାସହୀନ ଦୁଇ ପରିବାର ନିକଟରେ ପହଁଚିଲା ସମର୍ପିତ ଓଡିଶା

Top Storise ରାଜ୍ୟ

ଭୁବନେଶ୍ୱର : ଦୁଇଟି ଅସହାୟ ବାସହୀନ ପରିବାର ସେଥିରେ ପୁଣି କୁନି କୁନି ତିନିଟି ଛୁଆ। ଦେଢ଼ମାସ ହେଲା ପେଟଭରି ଖାଇବାକୁ ପାଇନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାକଡରେ ଵିତୁଛି ଜୀବନ।

ଏହି ଖବର ଗଣମାଧ୍ୟମରୁ ପାଇଲା ପରେ ସମର୍ପିତ ଓଡ଼ିଶା ସ୍ୱେଚ୍ଛାସେବୀ ସଂଗଠନ ର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ ବରିଷ୍ଠ ସାମାଜିକ କର୍ମୀ ଶ୍ରୀ ଗଗନ ବିହାରୀ ପାଇଟାଲଙ୍କ ସହ ଯୋଗାଯୋଗ କରି, କିଛି ଶୁଖିଲା ଖାଦ୍ୟ ନେଇ ଉକ୍ତ ଦୁଇ ପରିବାର ନିକଟରେ ପହଂଚିଛନ୍ତି। ଗଗନ ବିହାରୀ ପାଇଟାଲ କିଛି ବସ୍ତ୍ର ମଧ୍ୟ ସେମାନଙ୍କୁ ଦେଇଛନ୍ତି।

ସାମାଜିକ କର୍ମୀ ଶ୍ରୀ ଗଗନ ବିହାରୀ ପାଇଟାଲ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଉକ୍ତ ଦୁଇ ବାସହୀନ ପରିବାର ର କରୋନା ପରୀକ୍ଷା କ୍ୟାପିଟାଲ ହସ୍ପିଟାଲ ରେ ମଧ୍ୟ କରାଇଛନ୍ତି।ରିପୋର୍ଟ ଆସିବା ପରେ ସରକାରୀ ଆବାସ ସ୍ଥଳୀ ଙ୍କୁ ସେମାନଙ୍କୁ ସ୍ଥାନାନ୍ତର କରିବା ସହ ପିଲାମାନଙ୍କର ପାଠ ପଢା ସୁବିଧା କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *