ଆଜିଠୁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

Top Storise ରାଜ୍ୟ

ଭୁବନେଶ୍ୱର: ପୂର୍ବତଟ ରେଳବାଇ (ଇକୋର) ପକ୍ଷରୁ ଶନିବାର ଦିନ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି।

ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧାରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ସନ୍ଧ୍ୟା ୬:୪୦ ରେ ଚାଲିବ ଏବଂ ଅହମ୍ମଦାବାଦରୁ ପ୍ରତି ସୋମବାର, ଗୁରୁବାର, ଶନିବାର ଏବଂ ରବିବାର ସନ୍ଧ୍ୟା ୬:୪୦ ରେ ଛାଡିବ।

ଅନ୍ୟ ଏକ ଟ୍ରେନ୍ ପ୍ରତି ରବିବାର ଖୋର୍ଦ୍ଧାରୁ ସେପ୍ଟେମ୍ବର ୧୩ରୁ ସକାଳ ୧୦:୪୦ରେ ଛାଡିବ ଏବଂ ସେପ୍ଟେମ୍ବର ୧୬ରୁ ପ୍ରତି ବୁଧବାର ସକାଳ ୯:୩୦ ରେ ଓଖାରୁ ଯାତ୍ରା କରିବ।

ଆଉ ଏକ ଟ୍ରେନ୍ ସେପ୍ଟେମ୍ବର ୧୪ରୁ ପ୍ରତ୍ୟେକ ବୁଧବାର ରାତି ୧୧ଟା ସମୟରେ ଗାନ୍ଧୀଧାମ୍ ଛାଡିବ ଏବଂ ସେପ୍ଟେମ୍ବର ୧୬ରୁ ପ୍ରତି ଶନିବାର ସକାଳ ୧୧.୪୦ରେ ଖୋର୍ଦ୍ଧା ରୋଡ୍ ଛାଡିବ।

ତେବେ ପୂର୍ବରୁ ଏହି ସବୁ ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଥିଲା।
ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ
ସେପ୍ଟେମ୍ବର ୧୨ ତାରିଖ ଠାରୁ ଭୁବନେଶ୍ୱର ରୁ ସନ୍ଧ୍ୟା ୭ ଘ. ୫୫ମି.ରେ ଛାଡିବ ଏବଂ ସେପ୍ଟେମ୍ବର ୧୩ ତାରିଖ ଠାରୁ ଅପରାହ୍ନ ୪ ଘ.୧୦ମି.ରେ ଦୁର୍ଗ ଠାରୁ ଛାଡିବ।

ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ
ରାୟଗଡା ମାର୍ଗ ଦେଇ ସେପ୍ଟେମ୍ବର ମାସ ୧୨ ତାରିଖ ଠାରୁ ବିଶାଖାପାଟଣା ରୁ ସନ୍ଧ୍ୟା ୮ ଘ. ୦୫ମି. ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ କୋର୍ବା ରୁ ଅପରାହ୍ନ ୪ ଘ.୧୦ମି.ରେ ଛାଡିବ।

ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ 
ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ।

ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ
ସେପ୍ଟେମ୍ବର ମାସ ୧୫ ତାରିଖ ଠାରୁ ତିରୁଚିରାପଲ୍ଲୀ ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅପରାହ୍ନ ୪ ଘ.୨୦ମି,ରେ ଛାଡିବ ଓ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍ନ ୪ ଘ.୧୦ମି.ରେ ଛାଡିବ।

ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ
ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ ଗୌହାଟୀ ରୁ ପ୍ରତି ରବି, ସୋମ, ମଙ୍ଗଳ ଦିନ ମାନଙ୍କରେ ସକାଳ ୬ ଘ.୨୦ମି.ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ବାଙ୍ଗାଲୋର କେଣ୍ଟ ରୁ ପ୍ରତି ବୁଧ, ଗୁରୁ ଓ ଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧ ଘ. ୪୦ମି.ରେ ଛାଡିବ।

Leave a Reply

Your email address will not be published. Required fields are marked *