ମାଲକାନଗିରି: ଆତ୍ମସମର୍ପଣ କଲେ ୧୬ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲ୍ଲାରେ ପୋଲିସ କାର୍ଯ୍ୟାଳୟରେ ଗତକାଲି ରାତିରେ ୧୬ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଆଁରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଜନ ମିଲିକିଆ କମାଣ୍ଡର ଥିଲେ ବୋଲି ଜଣାଯାଇଛି। ଏମାନେ ହତ୍ୟା ଲୁଟପାଟ ଓ ଯାନବାହାନରେ ନିଆଁ ଲଗାଇବା ଭଳି ଅପରାଧ ସହ ଜଡ଼ିତ ଥିଲେ।