20200709-abhay

ଗଞ୍ଜାମରେ ପୋଲିସ ଡିଜି

Top Storise ରାଜ୍ୟ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗସ୍ଥରେ ପୋଲିସ ଡିଜି ଅଭୟ । କରୋନା ସ୍ଥିତି ସମୀକ୍ଷା କରିବାକୁ ଯାଇଛନ୍ତି ଅଭୟ । କରୋନା ହଟ୍‌ସ୍ପଟ୍‌ ଗଞ୍ଜାମରେ ମୃତ୍ୟୁ ଓ ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃସ୍ଟିରେ ରଖି ଗୁରୁବାରଠାରୁ ଜିଲ୍ଲାର ସବୁ ସହରାଞ୍ଚଳ ଓ ୫ଟି ବ୍ଲକ ସଦର ମହକୁମାକୁ ଜିଲ୍ଲା ପ୍ରଶାସନ ୫ଦିନ ସଟ୍‌ଡାଉନ୍‌ ଘୋଷଣା କରିଛି। ଛତ୍ରପୁରରେ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଦକ୍ଷିଣା‌ଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏ ଏବଂ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନା ଓ ସୀମା ସିଲ୍‌ ଆଦି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏପର୍ଯ୍ୟନ୍ତ ଜିଲ୍ଳାବାସୀ ସହଯୋଗ କରି ଆସିଥିବାରୁ ପୁଲିସ ଡିଜି ଧନ୍ୟବାଦ ଜଣାଇଛନ୍ତି। ସଟ୍‌ଡାଉନ୍‌ ସମୟରେ କୋଭିଡ୍ ନିୟମକୁ ଠିକ୍‌ ଭାବ‌େ ମାନି ଘରେ ରହିବା ସହିତ ପୁଲିସ ଓ ଜିଲ୍ଳା ପ୍ରଶାସନ ସହଯୋଗ କରିବା ଲାଗି ଡିଜି ଜିଲ୍ଲାବାସୀଙ୍କୁ ନିବେଦନ କରିଛି। ପୁଲିସ କର୍ମଚାରୀମାନେ ଏଭଳି ସଙ୍ଗିନ ସ୍ଥିତିରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଡିଜି ପ୍ରଶଂସା କରିଛନ୍ତି।

ଅଭୟ କହିଛନ୍ତି, କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁଲିସ ଥାନାକୁ ଆସନ୍ତୁ ନାହିଁ। ଥାନାଗୁଡିକର ସିୟୁଜି, ଲ୍ୟାଣ୍ଡ୍‌ଲାଇନ୍ ନମ୍ବର ଜରିଆରେ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ବ ଅବଲମ୍ବନ ସହ କୋଭିଡ୍–୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପୁଲିସ କର୍ମଚାରୀମାନଙ୍କୁ ଡିଜି ପରାମର୍ଶ ଦେଇଥିଲେ। ପୁଲିସ ଡିଜି ଏହି ଗସ୍ତ ଜିଲ୍ଲା ପୁଲିସର ମନବଳକୁ ଅଧିକ ଦୃଢ଼ କରିବାରେ ସହାୟକ ହେବ ବୋଲି ଦକ୍ଷିଣା‌ଞ୍ଚଳ ଡିଆଇଜି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *