ବାସ୍ତୁ କୁହେ ଧନ ପ୍ରାପ୍ତିର ଉପାୟ

Top Storise ଜୀବନଚର୍ଯ୍ୟା

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗର ଭିନ୍ନ ମହତ୍ତ୍ବ ଓ ଗୁରୁତ୍ବ ଅଛି। ଏହି ଧାରାରେ ଧନର ଦେବତା କୁବେର ଉତ୍ତର ଦିଗର ସ୍ବାମୀ । ତେଣୁ ଉତ୍ତର ଦିଗ ହେଉଛି ଧନଦାୟକ। ଧନଲାଭ ପାଇଁ ଘରର ଉତ୍ତର ଦିଗ ସମ୍ପର୍କିତ କିଛି ବାସ୍ତୁ ନିୟମକୁ ମାନିବା ଉଚିତ।ଘରର ଉତ୍ତର ଦିଗ କାନ୍ଥରେ ହାଲୁକା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ। ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ଅଟେ। ଉତ୍ତର ଦିଗର କୌଣସି କୋଣ ଭଙ୍ଗା ବା କଟା ହୋଇଥିବା ଉଚିତ ନୁହେଁ। କାନ୍ଥରେ ଫାଟ ପଡ଼ିବା ମଧ୍ୟ ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଲାଭଦାୟକ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସହିତ ସୁଖସମୃଦ୍ଧି ଆସିଥାଏ। ତୁଳସୀ ପୂଜନ ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।ଆଲମାରୀ ବା ଟଙ୍କାପଇସା ରଖୁଥିବା ବକ୍ସକୁ ଦକ୍ଷିଣ କାନ୍ଥ ପାଖରେ ରଖନ୍ତୁ , ଯେପରିକି ଏହାର ମୁହଁ ଉତ୍ତର ଦିଗ ଆଡ଼କୁ ଖୋଲୁଥିବ। ଏଭଳି କରିବା ଦ୍ବାରା ଘରେ ମଧ୍ୟ ଅର୍ଥର ଅଭାବ ରୁହେ ନାହିଁ। ଧନବୃଦ୍ଧି ପାଇଁ ଘରର ଉତ୍ତର ଦିଗରେ ଧାତୁ ନିର୍ମିତ କଇଁଛ ଶୁଭ ବୋଲି କୁହାଯାଏ। ଧ୍ୟାନ ରଖନ୍ତୁ କଇଁଛର ମୁହଁ ଘର ଭିତରକୁ ରହିବା ଉଚିତ।

Leave a Reply

Your email address will not be published. Required fields are marked *