ମହଙ୍ଗା ହେବ ରେଳ ସେବା!

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କରୋନା ମାଡ଼ରେ ସବୁ ବେହାଲ । ରେଳ ବିଭାଗରେ ମଧ୍ୟ କରୋନାର ଶକ୍ତ ଚାପୁଡ଼ା ବାଜିଥିଲା । କଟକଣା ହଟିବା ପରେ ଛିଡା ପୁଣି ଥରେ ସ୍ୱାଭାବିକ ହେବାକୁ ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ । ଏଥିପାଇଁ ଅନଲାଇନରେ ଆସୁଥିବା ସାମଗ୍ରୀକୁ ହୋମ୍ ଡେଲିଭରୀ ଦେବାକୁ ଯୋଜନା କରୁଛି ରେଳ ବିଭାଗ। ଏଥିସହ ବିମାନ ବନ୍ଦର ଭଳି ରେଳ ଷ୍ଟେସନରେ ୟୁଜର ଫି’ ଆଦାୟ କରାଯିବା ନେଇ ଜାତୀୟ ଗଣମାଧ୍ୟମରେ ଝଡ ସୃଷ୍ଟି ହୋଇଛି । ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କଲେ ରେଳ ଯାତ୍ରା ଏବେ ମହଙ୍ଗା ହେବ। ରେଲଓ୍ଵେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ବିନୋଦ କୁମାର ଯାଦବ ସୂଚନା ଦେଇ କହିଛନ୍ତି, ବିମାନ ବନ୍ଦର ପାଇଁ ଆଦାୟ ହେଉଥିବା ୟୁଜର ଫି’ ପରି ରେଲଓ୍ଵେ ଷ୍ଟେସନରେ ମଧ୍ୟ ୟୁଜର ଫି’ ଆଦାୟ କରାଯିବ। ଏଥିସହ ଯାତ୍ରୀଙ୍କୁ ଭାଲ୍ୟୁ ଆଡେଡ୍ ସର୍ଭିସ୍ ମଧ୍ୟ ଯୋଗାଇ ଦିଆଯିବ।

ରେଲଓ୍ଵେର ଘୋଷଣା ଅନୁଯାୟୀ, ମୋଟ୍ ରେଲଓ୍ଵେ ଷ୍ଟେସନର ୧୦ରୁ ୧୫ ପ୍ରତିଶତ ଷ୍ଟେସନରେ ୟୁଜର ଫି’ ଆଦାୟ କରାଯିବ। ସିଆରବି ଓ ସିଇଓ ସୂଚନା ଦେଇଛନ୍ତି ଯେ ୧୦୫୦ ଷ୍ଟେସନରେ ଯାତ୍ରୀଙ୍କ ଫୁଟ୍‌ଫଲ ବୃଦ୍ଧି କରାଯିବ। ଫୁଟ୍‌ଫଲ ବୃଦ୍ଧି ହେଲେ ଷ୍ଟେସନର କ୍ଷମତା ପାଇଁ ପୁନଃନିର୍ମାଣ କରାଯିବ। ଏହି ସବୁ ଷ୍ଟେସନଗୁଡିକରେ ୟୁଜର ଚାର୍ଜ ଆଦାୟ କରାଯିବ ବୋଲି ରେଲଓ୍ଵେ କହିଛି।

Leave a Reply

Your email address will not be published. Required fields are marked *