ମୁମ୍ବାଇ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍ସିବି ତାଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି ସନ୍ଧ୍ୟାରେ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ତାଙ୍କୁ ରିମାଣ୍ଡରେ ଆଣି ଏନ୍ସିବି ପଚରାଉଚରା କରିବା ସମ୍ଭାବନା ରହିଛି ।
ଏନସିବି ରବିବାର ଦିନ ରିୟାଙ୍କୁ ୬ ଘଣ୍ଟା ଏବଂ ସୋମବାର ଦିନ ୮ ଘଣ୍ଟା ଜେରା କରିଥିଲା । ଆଜି ଜେରା ବେଳେ ରିୟା ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଛନ୍ତି ।
ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ । ସୁଶାନ୍ତଙ୍କ ସାଥୀ କଳାକାରଙ୍କୁ ବି ସମାନ କରାଯିବ । ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା ପରେ ଏନସିବି ଏହି ତାଲିକା ପ୍ରସ୍ତୁତ କରିଛି ।
ପୂର୍ବରୁ ଏନ୍ସିବି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା, ରେଷେୟା ଦୀପେଶ ସାୱାନ୍ତ, ଏବଂ ୭ଜଣ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିସାରିଛି ।