ନୂଆଦିଲ୍ଲୀ: ଲଢୁଆ ବିମାନ ରାଫେଲର ପ୍ରଥମ ମହିଳା ପାଇଲଟ ହୋଇପାରନ୍ତି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ । ବନାରସରେ ବାସ କରୁଥିବା ୟାିବାଙ୍ଗୀ ଗତ ଏକ ମାସ ଧରି ଅମ୍ବାଲାରେ ରାଫେଲ୍ କନଭର୍ସନ ଟ୍ରେନିଂ ନେଉଛନ୍ତି ।
ଖୁବ୍ ଶୀଘ୍ର ତାଙ୍କୁ ଗୋଲ୍ଡେନ୍ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ । ସୂଚନାନୁଯାୟୀ ୨୦୧୭ ମସିହାରେ ଶିବାଙ୍ଗୀ ଭାରତୀୟ ବାୟୁସେନାରେ ସାମିଲ ହେବା ସହ ଲଢୁଆ ମିଗ୍ ୨୧ ବିସନ୍ ବିମାନ ଉଡାଉଛନ୍ତି ।
ଶିବାଙ୍ଗୀ ବନାରସ୍ ହିନ୍ଦୁ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ସମାପ୍ତ କରିବା ପରେ ୟୁପି ଏୟାର ସ୍କ୍ୱାର୍ଡନରେ ଟ୍ରେନିଂ ନେଇଥିଲେ । ଏହାପୂର୍ବରୁ ୨୦୧୬ ମସିହାରେ ସେ ବାୟୁସେନା ଏକାଡେମୀରେ ଟ୍ରେନିଂ ଆରମ୍ଭ କରିଥିଲେ ।