ଗ୍ୟାଷ୍ଟ୍ରିକ ସମସ୍ୟା ସମସ୍ତଙ୍କ ପାଇଁ ସାଧାରଣ ପାଲଟିଲାଣି । ଏଥିପାଇଁ ଅନେକ ନିୟମିତ ଔଷଧ ମଧ୍ୟ ଖାଉଛନ୍ତି । ଯଦି ଆପଣଙ୍କର ମଧ୍ୟ ଏଭଳି ସମସ୍ୟା ରହିଛି ତେବେ ଧ୍ୟାନ ଦିଅନ୍ତୁ । ଅଧିକାଂଶ ଲୋକଙ୍କୁ ପପକର୍ଣ୍ଣ ଖାଇବା ବେଶ ପସନ୍ଦ । ତେଣୁ ଦିନର ଯେ କୌଣସି ସମୟରେ ମଧ୍ୟ ଏହାକୁ ଖାଇବାକୁ ମନା କରି ନଥାନ୍ତି । ମାତ୍ର ଯେଉଁ ମାନଙ୍କର ଗ୍ୟାଷ୍ଟ୍ରିକ୍ ଅଛି, ସେମାନେ ପପକର୍ଣ୍ଣ ଅଧିକ ଖାଇବା ଉଚିତ ନୁହେଁ । ମାସକୁ ଥରେ ଏହା ଖାଇପାରିବେ । ଓ ଏହାକୁ ଖାଇବା ସମୟରେ ଏଥିରେ ଅଳ୍ପକିଛି ଜିରା ଗୁଣ୍ଡ କିମ୍ବା କଳାଲୁଣ ମିଶାଇ ଖାଆନ୍ତୁ । ସାଲାଡ ଏକ ସ୍ୱାସ୍ଥ୍ୟକର ଖାଦ୍ୟ । ମାତ୍ର ଅନେକ ସମୟରେ ସାଲାଡ୍ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ ଓ ଏହା ଗ୍ୟାଷ୍ଟ୍ରିକର କାରଣ ପାଲଟେ । ତେଣୁ ଏହାକୁ ସିଧାସଳଖ ବା କଞ୍ଚା ନଖାଇ ଅଳ୍ପ ବାମ୍ଫ କିମ୍ବା ହାଲକା ଭାବେ ଉଷୁମ କରନ୍ତୁ ଯାହାଦ୍ୱାରା ଏହା ସହଜରେ ହଜମ ହୋଇପାରିବ । ଚୁଇଙ୍ଗମ କେତେକଙ୍କୁ ଖାଇବା ଖୁବ ପସନ୍ଦ । ମାତ୍ର ଏହା ଖାଇବାକୁ ନରମ ହେଲେ ମଧ୍ୟ ପେଟରେ ଗ୍ୟାଷ୍ଟ୍ରିକ ସୃଷ୍ଟି କରିଥାଏ । ଚୁଇଙ୍ଗମ ଖାଇବା ପରେ ମୁଣ୍ଡ ବିନ୍ଧା ସମସ୍ୟା ମଧ୍ୟ ହୋଇଥାଏ । ଚୁଇଙ୍ଗମ ଖାଇବା ସମୟରେ ଅଧିକ ପବନ ପାଟି ଦ୍ୱାରା ପେଟ ଭିତରକୁ ଯାଇଥାଏ । ଏହା ପାଚନ ତନ୍ତ୍ର ମଧ୍ୟକୁ ପ୍ରବେଶ କରେ । ଫଳରେ ଗ୍ୟାଷ୍ଟ୍ରିକ ହୁଏ ତେଣୁ ଚୁଇଙ୍ଗମ ବଦଳରେ ଗୁଜୁରାତି ଖାଇ ପାରିବେ ।ଯେଉଁମାନଙ୍କର ହଜମ ଓ ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ରହିଛି ସେମାନେ କଞ୍ଚା ପିଆଜ ଖୁବ କମ୍ ଖାଆନ୍ତୁ । । ନଚେତ୍ ଏହା ଗ୍ୟାସ୍ ସୃଷ୍ଟି କରେ । ଗ୍ୟାଷ୍ଟ୍ରିକ ଥିଲେ, ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ସଠିକ୍ ସମୟରେ ସେଓ ଓ ଅନ୍ୟାନ୍ୟ ଫଳ ଖାଇ ପାରିବେ । ।
