ନଦୀକୁ ଖସିପଡ଼ିଲା ୩୦ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍

Top Storise ରାଜ୍ୟ

ବାଜିପୁର: ନଦୀ ଗର୍ଭକୁ ଖସିପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌ । ଛତିଶଗଡ଼ ବିଜାପୁର ଅଞ୍ଚଳରେ ନସ୍କଲ ବିରୋଧି ଅପରେସନ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଡିଆରଜି ଯବାନଙ୍କ ଗାଡ଼ି।

ଏହି ବସରେ ପାଖାପାଖି ୩୦ ଜଣ ଯବାନ ଥିବା ବେଳେ ସୌଭାଗ୍ୟ ବଶତଃ ଏମାନନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତି ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପେରସନ୍ ପାଇଁ ଯାଇଥିବା ଯବାନଙ୍କ ଗାଡ଼ି ଆଜି ଅପରାହ୍ନରେ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣାରେ ସୌଭାଗ୍ୟବସତଃ କୌଣସି ଯବାନଙ୍କର କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ବାଜିପୁର ଏସପି କମଳଲୋଚନ ଲାସ୍ୟପ ।

Leave a Reply

Your email address will not be published. Required fields are marked *