ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା; କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ରାଜ୍ୟ

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା। ମହିମା ଧର୍ମର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜିଠୁ ଆରମ୍ଭ ହେଉଛି । ଏହି ମେଳା ତିନିଦିନ ବ୍ୟାପୀ ମେଳା ଚାଲିବ ।

କୋଭିଡ କଟକଣା ମଧ୍ୟରେ ଏହି ମେଳାର ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସୀମିତ ସଂଖ୍ୟକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ନେଇ ପରମ୍ପରା ଅନୁଯାୟୀ ସମସ୍ତ ନୀତି ସମ୍ପନ୍ନ ହେବା ନେଇ ଜଣାପଡିଛି।

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ମାଘ ମେଳାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଯୋରନ୍ଦା ଗାଦି। ମେଳାରେ ଅଧିକ ଜନ ସମାଗମ ନକରି ସମସ୍ତ ନୀତିନିୟମ, ପରମ୍ପରା ଓ ସଂସ୍କୃତିକୁ ନେଇ ମେଳା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *