କରୋନା ସଂକ୍ରମଣରେ ଅବସର ପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ଦିନ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଓଡିଶା ଡିଜିପି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଟ୍ୱିଟ୍ ସୂଚନାନୁସାରେ, ଫୁଲବାଣୀ ଭଳି ପଛୁଆ ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ ସହ ଡିଜି ସ୍ତରୀୟ ପାହ୍ୟା ଯାଏଁ ତାଙ୍କର ଯାତ୍ରା ଅବିସ୍ମରଣୀୟ । ସେ ଜଣେ କର୍ମଠ, ନମ୍ର ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର […]

Continue Reading

ଅକ୍ଟୋବର ୧୨ରୁ ଓଡ଼ିଶାରେ ଏକକ ପିଜି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଓଡ଼ିଶାରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପ୍ରାପ୍ତ ସୂଚନାନୁଯାୟୀ, ୧୨ ତାରିଖରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨ ହଜାର ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ୭ ନଭେମ୍ବରରେ ପ୍ରକାଶ ପାଇବ ମେରିଟ ଲିଷ୍ଟ। ପ୍ରତ୍ୟେକ ପରୀକ୍ଷାର ଅବଧି ୯୦ମିନିଟ୍ ହେବ। ଓଏମଆର୍ ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ […]

Continue Reading

କଟକରେ ଉନ୍ନତିକରଣ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଉନ୍ନତିକରଣ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍ । ଆଜି ଭୋରରୁ ସେ କଟକରେ ପହଞ୍ଚିଥିଲେ । କଟକରେ ଚାଲିଥିବା ସମ୍ପ୍ରସାରଣ ଓ ଉନ୍ନତିକରଣ ଅଗ୍ରଗତିର ତଦାରଖ କରିଥିଲେ 5T ସଚିବ । ଭେରରୁ ଛତ୍ରବଜାର ଗସ୍ତ କରିଥିଲେ ଭି. କେ. ପାଣ୍ଡିଆନ୍ । ସେଠାରେ ଚାଲିଥିବା ଉନ୍ନୟନ୍ନମୂଳକ କାମର ତଦାରଖ କରିଥିଲେ । ପରେ ତାଳଦଣ୍ଡା କେନାଲ ସମ୍ପ୍ରସାରଣ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ […]

Continue Reading

ଅନଲାଇନ ପରୀକ୍ଷା କରିବାକୁ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଆନ୍ଦେଳନ

ରିମୁଳି (ସରୋଜ କୁମାର ମହାନ୍ତ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରିମୁଳି ଠାରେ ଥିବା ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ସ୍କୁଲର ଅନଲାଇନ ପରୀକ୍ଷା କରିବାକୁ ଦାବିରେ ଆନ୍ଦଳନ l ପ୍ରଥମ ବର୍ଷ ପରୀକ୍ଷା ଅଫ ଲାଇନରେ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାପନ ପ୍ରକାଶ କରିଛି l କରୋନା ମହାମାରୀ ବେଳେ 15ଦିନ ଧରି ଓଡିଶାର ପ୍ରତ୍ୟକ ଜିଲ୍ଲାର ପ୍ରାୟ 12000 ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା କେନ୍ଦ୍ର ନିକଟରେ ରହି କେମିତି ପରୀକ୍ଷା ଦେବେ […]

Continue Reading

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ IOCL

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବୁଧବାର ଦିନ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ଗରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛି ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ୍)। ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି ଆଇଓସିଏଲ। ଏହାସହ ସାଧାରଣ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛି ଆଇଓସିଏଏଲ। ସୂଚନାଯୋଗ୍ୟ, […]

Continue Reading

ପରଲୋକରେ ଯୁବ ସମାଜ ସେବୀ ଜ୍ଞାନ ରଞ୍ଜନ

ଟାଙ୍ଗି : ପରଲୋକରେ ଯୁବ ସମାଜ ସେବି ଜ୍ଞାନ ରଞ୍ଜନ ଜେନା । କଟକ ସ୍ଥିତ ଏକ ଘୋରାଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ସେପ୍ଟେମ୍ବର ମାସ 27 ତାରିଖ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁପରେ ଗ୍ରାମ ଜଡିପଡ଼ା, ତୋଟାସାହି ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ଜ୍ଞାନ ରଞ୍ଜନ କଟକ ସ୍ଥିତ scb ବଡ ମେଡିକାଲରେ କାର୍ଯ୍ୟରତ ଥିବାବେଳେ ସମାଜସେବାରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ କାର୍ଯ୍ୟକଳାପକୁ […]

Continue Reading

ଘରୋଇ କଳିରୁ କରୁଣ ପରିସ୍ଥିତି; ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ

ବାରିପଦା: ଘରୋଇ କଳିରୁ କରୁଣ ପରିଣତି । ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳୀ ମନ୍ଦିର ସାହିରେ। ଅଭିଯୁକ୍ତ ବୋହୁ ଜୟନ୍ତୀ ଭୂୟାଁ(୨୭) ତାଙ୍କ ଶ୍ୱଶୁର ବିଜୟ କୁମାର ଆଇଚ(୭୮)ଙ୍କ ସହିତ ଆଜି ସକାଳୁ ପାଟିଗୋଳ କରିଥିଲେ। ଏନେଇ ଜୟନ୍ତୀ ବିଜୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ତାଙ୍କ ସ୍ୱାମୀ ତଥା ମୃତକଙ୍କ ପୁଅ ଦେବରାଜ ଆଇଚ(୪୮) ଥାନାରେ ଅଭିଯୋଗ […]

Continue Reading

ରାଜ୍ୟର ୧୫ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ଵର, ଖୋର୍ଦ୍ଧା, କଟକ, ପୁରୀ, ଭଦ୍ରକ, ନୟାଗଡ଼ ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ […]

Continue Reading

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଂଗ୍ରେସ ନେତା ମହମ୍ମଦ ମୋକିମ୍

କଟକ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଟ୍ୱିଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍‌ କରି ମୋକିମ୍‌ କହିଛନ୍ତି, RT PCR ରିପୋର୍ଟ ଅନୁସାରେ ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛି। ଶୀଘ୍ର ଆରୋଗ୍ୟ ପାଇଁ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି।

Continue Reading

ଯାଜପୁର ବିରଜା ମନ୍ଦିର ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ଚଳିବର୍ଷ ରଥଯାତ୍ରା ପାଇଁ ମିଳିଲା ଗ୍ରୀନ ସିଗନାଲ୍ । ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୋଭିଡ ନିୟମ ଓ କଟକଣା ମାନି ରଥଯାତ୍ରା କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ରୁ ୨୪ ଯାଏଁ ଅନୁଷ୍ଠିତ ହେବ ମାଆ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା ।ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ […]

Continue Reading