ଖୋଲିପାରେ ରାଜ୍ୟର ପ୍ରମୁଖ ମନ୍ଦିର, ଆକ୍ସନ ପ୍ଲାନ ମାଗିଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ କଟକଣା ଭିତରେ କିଭଳି ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା […]

Continue Reading

ଓଡ଼ିଶାର ୭ ଜିଲ୍ଲାରୁ ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୭୪କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ବାଲେଶ୍ୱର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ଭୁବନେଶ୍ୱରରୁ ଆଉ ୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି କଳାହାଣ୍ଡି, ନୟାଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ […]

Continue Reading

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ମୃତ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ଜଣେ ଆହତ ପ୍ରାଣ ହରାଇଛନ୍ତି । ଏହି ସୂଚନା ଦେଇଛନ୍ତି ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା । ମୃତକଙ୍କ ନାଁ ସତ୍ୟ ନାୟକ ଓ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କର ଶରୀରର ୬୦ ପ୍ରତିଶତ ଜଳି ଯାଇଥିଲା । ମୁଣ୍ଡରେ ବି ଲାଗିଥିଲା ଆଘାତ । ଗତକାଲି ତାଙ୍କୁ ଭେଣ୍ଟିଲେଟରରେ […]

Continue Reading

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ, ଖାଲି କରାଗଲା ଗ୍ୟାସ ଟାଙ୍କି

ଭୁବନେଶ୍ୱର: ରାଜଭବନ ଅଞ୍ଚଳ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ବିପଦ ଟଳିଛି । ବିଳମ୍ବିତ ରାତିରେ IOCL ଅଧିକାରୀ ଫାଟିଥିବା ଗ୍ୟାସ ଟାଙ୍କିକୁ ଖାଲି କରିଦେଇଛନ୍ତି । ସେଥିରୁ ବାହାର କରାଯାଇଛି ବାକିଥିବା ଗ୍ୟାସ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ଖାଲି ହୋଇଛି ପେଟ୍ରୋଲ ପମ୍ପରେରେ ଥିବା ୨ ନମ୍ବର ଗ୍ୟାସ୍‌ ଟାଙ୍କି । କିଛି ସମୟରେ ପେଟ୍ରୋଲ ଓ ଡିଜେଲ ଟାଙ୍କି ଖାଲି କରାଯିବ । ବର୍ତ୍ତମାନ […]

Continue Reading

ଏୟାରଫୋର୍ସ ଡେ: ୮୮ ବର୍ଷରେ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆଜି ଏୟାରଫୋର୍ସ ଡେ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ସନ କରିବ ବାୟୁସେନା । ଚଳିତବର୍ଷ ଏୟାରଫୋର୍ସ ଡେ ଉତ୍ସବରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ହିଣ୍ଡେନ ଏୟାରବେସରେ ବାୟୁସେନାର ସମସ୍ତ ଯୁଦ୍ଧ ବିମାନକୁ ତୟାର ରଖାଯାଇଛି । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନାର ଗଠନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ […]

Continue Reading

ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସହିଦ୍ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ […]

Continue Reading

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ। ସୂଚନା ଅନୁସାରେ, ସେମାନଙ୍କ ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ହୋଇଥିଲା। ଯାହା ପରେ ଏହି ତିନି ଶିଶୁ ବେସାହାରା ହୋଇଯାଇଥିଲେ। ଜନଜାତି ବର୍ଗର ଏହି ତିନି ଭାଇ ଭଉଣୀ ଦେବକୀ, ବର୍ଷାରାଣୀ ଓ କ୍ଷୀରୋଦଙ୍କ ଦୁଃଖ […]

Continue Reading

ସ୍ଥାନୀୟ ନିଯୁକ୍ତିକୁ ନେଇ ଆଇଓସିଏଲରେ ଆନ୍ଦୋଳନ

ପାରାଦ୍ବୀପ: କମ୍ପାନୀ ମାନଙ୍କର ନିଜସ୍ଵ ରାୟ ନୀତି ଏବେ ସ୍ଥାନୀୟ ଯୁବକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାରାଦ୍ବୀପ ରେ ଥିବା ବିଭିନ୍ନ କମ୍ପାନୀ ର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ କମ୍ପାନୀ ପାଇଁ ଜମି ହରାଇଥିବା ପରିବାରର ଯୁବକ ଏଠାରେ ବେକାର ହୋଇ ବୁଲୁଛନ୍ତି। ଏଭଳି ଏକ ଘଟଣାକୁ ନେଇ ପାରାଦ୍ବୀପ ଆଇଓସିଏଲ ର ଏକ ଠିକା ସଂସ୍ଥା ଗାଲାକୋନ ବାହାର ରାଜ୍ୟର […]

Continue Reading

କରୋନା କବଳରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା

ହରିୟାଣା: ମଙ୍ଗଳବାର ଦିନ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି ଯେ ସେ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । କରୋନାର କୌଣସି ଲକ୍ଷଣ ତାଙ୍କ ପାଖରେ ନଥିବା ବେଳେ ସେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ଗତ ସପ୍ତାହରେ ତାଙ୍କୁ ଭେଟିଥିବା ଲୋକଙ୍କୁ ଜେଜେପି ନେତା ନିଜ ନିଜ କୋଭିଡ ପରୀକ୍ଷା କରିନେବାକୁ ଅନୁରୋଧ ମଧ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଦୈନିକ ତଥ୍ୟ ଅନୁଯାୟୀ ସୋମବାର ଦିନ ୨୧ଜଣ ଲୋକ ହରିୟାଣାରେ […]

Continue Reading

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ଆଜି ୩୬୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ସୁସ୍ଥତାଙ୍କ ସଂଖ୍ୟା ୨୦ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସୂଚନାନୁଯାୟୀ ଆଜି ଚିହ୍ନଟ ୩୬୫ ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୪୯ଟି ସ୍ଥାନୀୟ ମାମଲା ରହିଛି । ସମସ୍ତ କରୋନା ଆକ୍ରାନ୍ତଙ୍କୁ […]

Continue Reading