N-95 ମାସ୍କଉପରୁ ଉଠିଲା ରପ୍ତାନି କଟକଣା

ନୂଆଦିଲ୍ଲୀ: ଉତ୍ପାଦର ବାହ୍ୟ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଙ୍ଗଳବାର N-95 ମାସ୍କ ଉପରେ ରପ୍ତାନି କଟକଣାକୁ ଉଠେଇଦେଇଛନ୍ତି । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ N-95 / FFP-2 ମାସ୍କର ରପ୍ତାନି ନୀତିକୁ ସଂଶୋଧିତ କରାଯାଇଛି । ଅଗଷ୍ଟ ମାସରେ, N-95 / FFP2 ମାସ୍କ ପାଇଁ ୫୦ଲକ୍ଷ ୟୁନିଟ୍ ର ମାସିକ ରପ୍ତାନି କୋଟା କିମ୍ବା ଯୋଗ୍ୟ ଆବେଦନକାରୀଙ୍କୁ ରପ୍ତାନି ଲାଇସେନ୍ସ ପ୍ରଦାନ ପାଇଁ ଏକ କଟକଣା […]

Continue Reading

୫୦୦ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବି: ରାହୁଲ ଗାନ୍ଧୀ

ହରିୟାଣା: କେନ୍ଦ୍ରର କୃଷି ଆଇନ ବିରୁଦ୍ଧରେ ଅଭିଯାନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲିକୁ ଆଜି ଅପରାହ୍ନରେ ହରିୟାଣା ବାହାରେ ପୋଲିସ ଦ୍ୱାରା ଅଟକାଇଦିଆଯାଇଛି । ତିନି ଦିନିଆ ରାଲି ପାଇଁ ପଞ୍ଜାବରୁ ହରିୟାଣା ଅଭିମୁଖେ ଯାଉଥିବା କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ୫୦୦ ଘଣ୍ଟା ଅପେକ୍ଷା କରିବାକୁ ପଡିଲେ ମଧ୍ୟ ସେ ବ୍ୟଥିତ ହେବେ ନାହିଁ । ସେମାନେ ହରିୟାଣା ସୀମାରେ ଆମକୁ ଅଟକାଇଛନ୍ତି। ସେମାନେ ଏହାକୁ ଖୋଲିବା ପର୍ଯ୍ୟନ୍ତ ମୁଁ ଏଠାରେ […]

Continue Reading

ଓଡିଶାରେ ସ୍କୁଲ ଖୋଲିବା ନେଇ ନିଆଯାଇନାହିଁ ନିଷ୍ପତ୍ତି : ସମୀର ରଂଜନ ଦାଶ

ଭୁବନେଶ୍ୱର: ଅକ୍ଟୋବର ଶେଷ ସପ୍ତାହରେ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନିଆଯିବ ବୋଲି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ଦୁର୍ଗା ପୂଜା ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୬ରେ ପୂଜା ପଡୁଥିବାରୁ ଅକ୍ଟୋବରରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ଅକ୍ଟୋବରରେ କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ନଭେମ୍ବରରେ ଏହି ବିଦ୍ୟାଳୟଗୁଡ଼ିକ […]

Continue Reading

ସରକାରଙ୍କ ବିରୋଧରେ ମିଛ କହିବାକୁ ହାଥ୍ରାସ ପରିବାରକୁ ଦିଆଯାଇଛି ୫୦ଲକ୍ଷ!

ହାଥ୍ରାସ: ହାଥ୍ରାସ ମାମଲା ପରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଦାଖଲ ହୋଇଥିବା ୧୯ଟି ଏଫ୍ଆଇଆର୍ (ପ୍ରଥମ ସୂଚନା ରିପୋର୍ଟ) ମଧ୍ୟରୁ ଗୋଟିଏରେ ଅଜ୍ଞାତ ଲୋକଙ୍କ ଦ୍ୱାରା ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ  ଆକ୍ରମଣ ପରେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାର ଏବଂ ଚାରି ଜଣ ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମ ଅଭିଯୋଗରେ ରାଜ୍ୟ ସରକାରଙ୍କୁ ମିଛ କହିବା ପାଇଁ ପରିବାରକୁ ୫୦ ଲକ୍ଷ ଅଫର ଦିଆଯାଇଥିଲା। ହାଥ୍ରାସରେ ଦାଖଲ ହୋଇଥିବା ୬ଟି […]

Continue Reading

ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆର୍ଥିକ ଅନୁଦାନ ପାଇଁ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ […]

Continue Reading

ହାଥରସ ଘଟଣା: ରାତିରେ ଶବ ସଂସ୍କାରକୁ ସୁପ୍ରିମକୋର୍ଟରେ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ସାରା ଦେଶରେ ବିରୋଧ ଦେଖାଦେଇଛି । ରାତି ଅଧିଆ ପୀଡିତାଙ୍କ ଶବକୁ ପୋଲିସ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୟୁପି ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଶପଥପତ୍ର ଦାଖଲ କରିଛନ୍ତି । ଏହି ଶପଥପତ୍ରରେ ସରକାର ଏହି ମାମଲା ଉପରେ ସିବିଆଇ ଯାଂଚ ପାଇଁ ନ୍ୟାୟାଳୟ ନିର୍ଦ୍ଦେଶ ଦେବାକୁ ଅନୁରୋଧ […]

Continue Reading

ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହେବା ସତ୍ତ୍ୱେ ରାଜ୍ୟର ଉପକୂଳ ଜିଳ୍ଲାରେ ବର୍ଷାର ପ୍ରଭାବ ରହିବ । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ସେଗୁଡିକ ହେଲା, କୋରାପୁଟ, ନବରଙ୍ଗପୁର, କଳହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, ସମ୍ଭଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର […]

Continue Reading

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପରିତ

ଭୁବନେଶ୍ୱର: ୪ ଦିନ ଧରି ତର୍କ ବିତର୍କ ଓ ଆଲୋଚନା ପରେ ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ । ଗୃହରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ଟିକୁ ପାରିତ କରାଯାଇଛି । ବିଲ୍ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଗୃହରେ ଧାରଣାରେ ବସିଥିଲେ ଏବଂ ନାରାବାଜି ଦେଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଜି କଳା ଦିବସ ଏବଂ ଏହି ଆଇନ୍ ଏକ କଳା ଆଇନ୍ । […]

Continue Reading

ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ବନ୍ଧୁକ ଜବତ । ଉଭୟଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟା […]

Continue Reading

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ

ଭଦ୍ରକ: ପୁଣି ଅସଲି ଖୋଲ ଭିତରେ ନକଲି ମାଲ । ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ , ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା […]

Continue Reading