ଦେଶକୁ ସୁସ୍ଥ ରଖିବା ପାଇଁ ସରକାର ଏକାସାଙ୍ଗରେ ଚାରୋଟି ଦିଗରେ କାର୍ଯ୍ୟ କରୁଛନ୍ତି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ସରକାର ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ କେବଳ ଚିକିତ୍ସା ଉପରେ ନୁହେଁ ବରଂ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୟୁନିୟନ ବଜେଟର ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଏକ ୱେବିନିନାରକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଟିତ ବଜେଟ୍ ଅତୁଳନୀୟ ଏବଂ ଏହି କ୍ଷେତ୍ର ପ୍ରତି ସରକାରଙ୍କ […]

Continue Reading

ଆଜି ପବିତ୍ର ଭୈମ ଏକାଦଶୀ; ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

ନିଆଳି: ଆଜି ପବିତ୍ର ଭୈମ ଏକାଦଶୀ। ଏହାକୁ ଦୃଷ୍ଟିରେ ରଖି ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ଜାରି କରାଯାଇଛି ୧୪୪ ଧାରା। ୨୨ ତାରିଖ ଅପରାହ୍ନ ୨ଟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଦିର ଚର୍ତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି। ପ୍ରତିବର୍ଷ ମାଧବାନନ୍ଦ ଜୀଉ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହୋଇଥାଏ। ମାତ୍ର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି।ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ […]

Continue Reading

ସାଲେପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସାଲେପୁର: କକଟ ଜିଲ୍ଲାସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ମକୁନ୍ଦପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ଯାଇଛି ବଖରା ଘର। ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମକୁନ୍ଦପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ଘରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ଏହି ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଫଳରେ ଘରର ସମସ୍ତ ଆସବବାପତ୍ର ପୋଡି ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ […]

Continue Reading

ଲୋୟର ପିଏମଜିରେ ଯାତ୍ରା କଳାକାରଙ୍କ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର: ଆମରଣ ଅନଶନରେ ଯାତ୍ରା କଳାକାର । ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଯାତ୍ରା କଳାକାର ଆମରଣ ଅନଶନ ଓ ଗଣଧାରଣା ଦେଇଛନ୍ତି । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ […]

Continue Reading

ସଂକ୍ରମଣ ବଢିଲେ, ପୁଣି ଖୋଲିବ କୋଭିଡ ହସ୍ପିଟାଲ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ ଯେହେତୁ ଜୀବନ ଜୀବିକା ପାଇଁ ଯାତାୟତ ଚାଲିଛି, ତେଣୁ ଲୋକ ଯିବା ଆସିବା କରୁଛନ୍ତି। ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ହେଲେ ଯଦି ସେ ସଂକ୍ରମିତ ହୁଅନ୍ତି ତାହେଲେ ତାହାକୁ ମହାରାଷ୍ଟ୍ର ଷ୍ଟ୍ରେନ କହି ପାରିବା ନାହିଁ।ଆହୁରି ମଧ୍ୟ ଜିନମ ସିକ୍ବେନ୍ସ ହେବା ପରେ […]

Continue Reading

ରେକର୍ଡ ସ୍ତରରେ ପେଟ୍ରୋଲ୍‌ ଦର; ମୂଲ୍ୟ ବୃଦ୍ଧିକୁ ଏମିତି ବିରୋଧ କଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶରେ ଦେଖାଯାଇଥିବା “ଅସ୍ଥାୟୀ” ଇନ୍ଧନ ମୂଲ୍ୟ ବୃଦ୍ଧି ସ୍ତରକୁ ବିରୋଧ କରିବାର ଗୋଟିଏ ଦିନ ପରେ ତାଙ୍କ ଜ୍ବାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଜାତୀୟ ରାଜଧାନୀରେ ରେକର୍ଡ ସ୍ତରର ମୂଲ୍ୟ ବୃଦ୍ଧିକୁ ବିରୋଧ କରି ସାଇକେଲ୍‌ ଚଳାଇ ଏହାର ପ୍ରତିବାଦ କରିଥିଲେ। କ୍ରମାଗତ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଭଦ୍ରା ଦିଲ୍ଲୀର ଖାନ ମାର୍କେଟରୁ ତାଙ୍କ କାର୍ଯ୍ୟାଳୟକୁ ସାଇକେଲ ଚଳାଇ ପହଞ୍ଚିଥିଲେ।ମଧ୍ୟପ୍ରଦେଶରେ ପିସି ଶର୍ମା, ଜିତୁ ପାଟୱାରୀ ଏବଂ […]

Continue Reading

ଗଲୱାନ୍ ସଂଘର୍ଷ ନେଇ ପ୍ରଶ୍ନ କରିବାରୁ ୩ ବ୍ଲଗରଙ୍କୁ ଗିରଫ କଲା ଚୀନ

ନୂଆଦିଲ୍ଲୀ: ଏଠି ମୁହଁ ଖୋଲିବା ଆଉ ପ୍ରଶ୍ନ ପଚାରିବା ପାପ । ସରକାର ଯାହା କହିବେ ସତ । ଏମିତି ନୀତି ଆପଣାଇଛି ବିସ୍ତାରବାଦୀ ଚୀନ । ଆଉ ଗଲୱାନ ସଂଘର୍ଷରେ ଚୀନ ସୈନ୍ୟ ମୃତାହତକୁ ନେଇ ପ୍ରଶ୍ନ କରିବା ୩ ଜଣ ବ୍ଲଗରଙ୍କୁ ମହଙ୍ଗା ପଡ଼ିଛି । ରିପୋର୍ଟ ଅନୁସାରେ ଚୀନ ୩ ଜଣ ବ୍ଲଗରଙ୍କୁ ଗିରଫ କରିଛି । ୨୦୨୦ ଜୁନ୍ ୧୫ରେ ଗଲୱାନ ସଂଘର୍ଷରେ ଚୀନ ସରକାର ୪ ଜଣ ଯବାନ ମୃତ […]

Continue Reading

ବୈଷୟିକ ପାଠ୍ୟକ୍ରମରେ ସିଲାବସ ହ୍ରାସ ହେବନି: ମନ୍ତ୍ରୀ

ଭୁବନେଶ୍ୱର: ବୈଷୟିକ ପାଠ୍ୟକ୍ରମର ସିଲାବସ୍ ହ୍ରାସ କରିବାକୁ ଓଡିଶା ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି। ରାଜ୍ୟ ବିଧାନସଭାରେ ବିଜେଡି ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ବୈଷୟିକ ଅନୁଷ୍ଠାନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅନଲାଇନରେ ପରୀକ୍ଷା ହେବା ପରେ ଶେଷ […]

Continue Reading

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ । ତାକୁ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଛି । ନାଁ ବଦଳାଇ ପୁଣେରେ ରହୁଥିଲା ବିବନ । ଜଳନ୍ଧର ସ୍ୱାଇଁ ନାମରେ […]

Continue Reading

ପ୍ରକାଶ ପାଇଲା ଫିଲ୍ମ ‘ଭୁଲ୍ ଭୁଲେୟା ୨’‌ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଫିଲ୍ମ ‘ଭୁଲ୍ ଭୁଲେୟା ୨’ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଗତ ବର୍ଷ କରୋନା ହେତୁ ପ୍ରେକ୍ଷାଳୟଗୁଡ଼ିକ ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏଥିପାଇଁ ଅନେକ ଫିଲ୍ମର ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିଲା ଏବଂ ଅଧିକାଂଶ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ରିଲିଜ ହୋଇପାରି ନଥିଲା। କିନ୍ତୁ ବର୍ତ୍ତମାନ ନିର୍ଦ୍ଦେଶକ ଏବଂ ନିର୍ମାତା ସମସ୍ତେ ବଡ଼ ପରଦାକୁ ଫେରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଲେଣି। ଗତ ବର୍ଷ କରୋନା ଯୁଗ ଯୋଗୁଁ ରିଲିଜ୍‌ […]

Continue Reading