ସାଲେପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Top Storise ରାଜ୍ୟ

ସାଲେପୁର: କକଟ ଜିଲ୍ଲାସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ମକୁନ୍ଦପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ଯାଇଛି ବଖରା ଘର। ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମକୁନ୍ଦପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ଘରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ଏହି ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଫଳରେ ଘରର ସମସ୍ତ ଆସବବାପତ୍ର ପୋଡି ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଅନ୍ୟପଟେ ନିଆଁ କିପରି ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏଭଳି ଆକସ୍ମିକ ଘଟଣାରେ ସର୍ବସ୍ଵ ହାଇଥିବା ପରିବାରକୁ କ୍ଷତିପୂରଣ ଦିଆଯିବା ନେଇ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *