କେମିତି ଆହତ ହେଲେ ମମତା ? ସରକାରଙ୍କ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ଉଷ୍ଣତା ବଢ଼ିବାରେ ଲାଗିଛି । ଦିଦି କେମିତି ଆହତ ହେଲେ ? ଏହା ଦୁର୍ଘଟଣା ନା ଆକ୍ରମଣ ? ପୋଲିସ ଯାଞ୍ଚରୁ ସେଭଳି କିଛି ସ୍ପଷ୍ଟ ହୋଇନଥିବା ବେଳେ ଦିଦି କରୁଥିବା ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ବି ନାହିଁ । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ କୌଣସି ତାଳମେଳ ନାହିଁ । ତେବେ, ସତ କଣ ଜଣାପଡ଼ିନାହିଁ । ଏହାର ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ […]

Continue Reading

୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

ସମ୍ବଲପୁର: ପୂର୍ବରୁ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ବେଳେ ଆସନ୍ତା ୧୬ରୁ ବର୍ଲା ଭିସୁଟରେ ଆରମ୍ଭ ହେବ ପାଠପଢ଼ା । ଅନଲାଇନ୍ କ୍ଲାସ୍ ବନ୍ଦ କରାଯାଇ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଭିସୁଟ୍ କୁଳପତି ଭି.ଭି ପତି ସୂଚନା ଦେଇଛନ୍ତି । ୧୭ ତାରିଖରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ ଆସିବେ ବୋଲି ଜଣାପଡ଼ିଛି । ଗତ ମାସ ୨୭ ତାରିଖରେ ଭିସୁଟରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା କୁହାଯାଇଥିଲା । ଫଳରେ ଫେବ୍ରୁଆରୀ […]

Continue Reading

ଓଡ଼ିଶାର ୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୭ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ର। ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ଅନୁଗୁଳ, କେନ୍ଦୁଝର ଏବଂ ଦେଓଗଡରେ ଆକାଶ ମେଘାଚ୍ଛନ୍ନ ରହିବ। ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Continue Reading

କ୍ୱାଡ୍ ସମ୍ମିଳନୀରେ ଉଠିଲା ଭାରତ-ଚୀନ ପ୍ରସଙ୍ଗ

ନୂଆଦିଲ୍ଲୀ: ଶୁକ୍ରବାର ଭର୍ଚୁଆଲରେ କ୍ୱାଡ୍ ସମ୍ମିଳନୀ ବୈଠକ ହୋଇଥିଲେ । ଏଥିରେ ଏଲଏସରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ପ୍ରସଙ୍ଗ ଉଠିଛି । ପ୍ରସଙ୍ଗରେ ସମସ୍ତ ଦେଶର ନେତା ଭାରତକୁ ସମର୍ଥନ କରିବା ସହ ସହାନୁଭୂତି ଜଣାଇଛନ୍ତି । ୨୦୨୧ ଜୁନରେ ବ୍ରିଟେନରେ ଜି୭ ଶିଖର ବୈଠକ ବେଳେ କ୍ୱାଡ୍ ନେତାଙ୍କ ଦ୍ୱିତୀୟ ବୈଠକ ହୋଇପାରେ । ତେବେ ଆମେରିକା ମଧ୍ୟ ଶିଖର ବୈଠକ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛି । ଏନେଇ ନିଷ୍ପତ୍ତି ନିଆଯାଇନାହିଁ । […]

Continue Reading

BSE ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗୁରୁତ୍ୱ, ନ ଜଣାଇ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା କାଟ୍ ନିର୍ଦ୍ଦେଶ

ପୁରୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ଅଚାନକ ପୁରୀ ଜିଲ୍ଲା ସ୍କୁଲ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଏସଇ ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗଣଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବିଏସଇ ଢାଞ୍ଚାରେ ପରୀକ୍ଷା ହୋଇ ନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମନ୍ତ୍ରୀ […]

Continue Reading

‘ସ୍ବାଧୀନତାର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ୨୦୨୨ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୭୫ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ୧୨ ମାର୍ଚ୍ଚ ତଥା ଦାଣ୍ଡି ମାର୍ଚ୍ଚରୁ ସାବରମତି ଆଶ୍ରମରୁ ଆରମ୍ଭ ହେବାକୁ ଯାଉଛି। ଏହି ଦିନରୁ ମହାତ୍ମା ଗାନ୍ଧୀ ଦାଣ୍ଡି ମାର୍ଚ୍ଚ ଆରମ୍ଭ […]

Continue Reading

୨ୟ ଡୋଜ ଟିକା ନେବା ପରେ ସ୍ବାସ୍ଥ୍ୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ

ଜଲନା: ମହାରାଷ୍ଟ୍ରରେ ଦୁଇଜଣ ସ୍ୱାସ୍ଥ୍ୟ ଅଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ରୋଗୀ କିଛି ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିଲେ। ତେବେ ଦୁହେଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିଥିଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପରେ ଯେତେବେଳେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା, ସେମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି। […]

Continue Reading

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରସଙ୍ଗରେ ତାତିବ ବିଧାନସଭା । ସେହିପରି ଧାନ ମଣ୍ଡି ସମସ୍ୟା ଓ ଧାନ କିଣା ଅନିୟମିତତା ଅଭିଯୋଗରେ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ । […]

Continue Reading

ଗାଜିଆବାଦର କାରଖାନାରେ ଅଗ୍ନିକାଣ୍ଡ, ୧୪ ମୃତ

ଗାଜିଆବାଦ: ସାହିବାବାଦ ଇଣ୍ଡଷ୍ଟ୍ରିଆଲ୍ ଏରିଆ ସାଇଟ୍ ୪ରେ ଗୁରୁବାର ରାତିରେ ଚିକିତ୍ସା ଉପକରଣ ଉତ୍ପାଦନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଗାଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଲାନିଧି ନଇଥାନି କହିଛନ୍ତି, “ଅଗ୍ନିକାଣ୍ଡରେ ସମୁଦାୟ ୧୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।” ତେବେ କୌଣସି ମୃତାହତ ହୋଇନଥିବା ନେଇ ପୋଲିସ ପକ୍ଷରୁ ସୂଚନା […]

Continue Reading

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ କମ୍ପିଥିଲା ଗଗନପବନ । ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର ୫ଟା ୨୦ରେ ପ୍ରଭୁ ଲୋକନାଥ ଙ୍କ ମହାଦୀପ ଉଠିଥିଲା । […]

Continue Reading