ନୂଆଦିଲ୍ଲୀ: ୨୦୨୨ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।
୭୫ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ୧୨ ମାର୍ଚ୍ଚ ତଥା ଦାଣ୍ଡି ମାର୍ଚ୍ଚରୁ ସାବରମତି ଆଶ୍ରମରୁ ଆରମ୍ଭ ହେବାକୁ ଯାଉଛି। ଏହି ଦିନରୁ ମହାତ୍ମା ଗାନ୍ଧୀ ଦାଣ୍ଡି ମାର୍ଚ୍ଚ ଆରମ୍ଭ କରିଥିଲେ।
ବ୍ରିଟିଶ ମାନଙ୍କ ଲୁଣ ଉପରେ ଟିକସ ଲାଗୁ କରିବା ବିରୋଧରେ ଗାନ୍ଧିଜୀ ଦାଣ୍ଡି ମାର୍ଚ୍ଚର ଆୟୋଜନ କରିଥିଲେ। ସେ ୨୫ ଦିନ ମଧ୍ୟରେ ୭୮ ଜଣଙ୍କ ସାବରମତି ଆଶ୍ରମରୁ ୩୯୦ କିମି. ଦୂର ଦକ୍ଷିଣ ଗୁଜରାଟର ଦାଣ୍ଡି ଗ୍ରାମକୁ ଯାତ୍ରା ଶେଷ କରିଥିଲେ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ‘ମାର୍ଚ୍ଚ ୧୨ ହେଉଛି ଭାରତର ଗୌରବମୟ ଇତିହାସର ଏକ ବିଶେଷ ଦିନ। ୧୯୩୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏହି ଦିନ ଦାଣ୍ଡି ମାର୍ଚ୍ଚ ଆରମ୍ଭ ହୋଇଥିଲା’।