ଜମ୍ମୁ ଏବଂ କାଶ୍ମୀରରେ ଭୟଙ୍କର ଭୂସ୍ଖଳନରେ ୩୦ରୁ ଅଧିକ ମୃତ

ଦେଶ

ଜମ୍ମୁ ଏବଂ କାଶ୍ମୀରର କଟରାର ଅର୍ଦ୍ଧକୁମାରୀ ନିକଟରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ଯାହା ଫଳରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି।

ଲଗାତାର ୩ ଦିନ ଧରି ଜମ୍ମୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ   ସମସ୍ତ ନଦୀ ଏବେ ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ଏହାଦ୍ବାରା ଅନେକ ସଂଖ୍ୟାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ବିପର୍ଯ୍ୟୟ ପାଇଁ ଜମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ଜୀବନ ଗଲାଣି।

ଜମ୍ମୁ ଡିଭିଜନର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜମ୍ମୁ ଏବଂ କାଶ୍ମୀର ସ୍କୁଲ ଶିକ୍ଷା ବୋର୍ଡ ବୁଧବାର ଦିନ ହେବାକୁ ଥିବା ଦଶମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛି। କେନ୍ଦ୍ର ଶାସିତ ଅଞ୍ଚଳର ବହୁ ସ୍ଥାନରେ ଟେଲିକମ୍ ସେବା ଭୁଶୁଡ଼ି ପଡ଼ିଛି, ଯାହା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

Leave a Reply

Your email address will not be published. Required fields are marked *