କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍ ବେଳେ ଚଢ଼ାଉ କଲା ପୋଲିସ୍, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ । ବନ୍ଧୁକ ଡିଲ୍ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍ ଚଢ଼ାଉ କରିଛି । ଏହି ଡିଲ୍ କରୁଥିବା ୪ ଜଣଙ୍କୁ ପୋଲିସ୍ ଘଟଣା ସ୍ଥଳରୁ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ୧୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆଲ୍ବମ୍ ନିର୍ଦ୍ଦେଶକ ରହିଥିବା ବେଳେ ତାଙ୍କ ନାମ ଜିତୁ ଓରଫ ପ୍ରକାଶ ରାଉତ ବୋଲି ଜଣାପଡ଼ିଛି । ଏନେଇ ପ୍ରେସ୍ମିଟ୍ରେ କଟକ ଡିସିପି ସୂଚାନା ଦେଇଛନ୍ତି ।
