ପୁଣି ସୋଶାଲ ମିଡିଆରେ ଦୂତୀ-ସରସ୍ୱତୀ କଳି

Top Storise ରାଜ୍ୟ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି। ବେଶ୍‌ କିଛି ଦିନର ନିରବତା ପରେ ସୋଶାଲ୍ ମିଡିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି।

ଆଜି ସୋଶାଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ସରସ୍ୱତୀ ଚାନ୍ଦଙ୍କର ଆସିଥିଲା, ଯେଉଁଥିରେ ସେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉଦ୍ଦେଶ୍ୟରେ-ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମା’ର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ୱତୀ।

ଏହାପରେ ପରେ ଦୂତୀ ମଧ୍ୟ ସେଇ ସମାନ ଢଙ୍ଗରେ ସୋଶାଲ୍ ମିଡିଆରେ ସରସ୍ୱତୀଙ୍କ ଚରିତ୍ରକୁ ଆକ୍ଷେପ କରି ଏକ ଲମ୍ବା ପୋଷ୍ଟ କରିଛନ୍ତି। ଯେଉଁଥିରେ ସରସ୍ୱତୀ ନିଜ ପୁଲିସ୍ ଅଧିକାରିଣୀ ପଦର ଦୂରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଅଭିଯୋଗ କରିଛନ୍ତି।

ଏଥିସହ ବାପା-ମା’ଙ୍କୁ ହାତ କରି ତାଙ୍କୁ ମିଛରେ ବଦନାମ କରିଥିବା କହି, ମୁଁ ବହୁତ ସହିଲିଣି, ଯଦି ଖୁସିରେ ବଞ୍ଚିବାର ଅଛି ସୁଧୁରିଯା, ନହେଲେ ମୁଁ କ’ଣ କରିବି ତୁ ଭଲ ଭାବେ ଜାଣିଛୁ ବୋଲି ଲେଖିଛନ୍ତି ଦୂତୀ।

ସୋଶାଲ୍ ମିଡିଆରେ ଦୁଇ ଭଉଣୀଙ୍କର ଏଭଳି ଅତି ନିମ୍ନ ସ୍ତରର ଆକ୍ଷେପ ପ୍ରତି ଆକ୍ଷେପ ଭରା ଲଢ଼େଇକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି।

https://www.facebook.com/plugins/post.php?href=https%3A%2F%2Fwww.facebook.com%2Fdutee.chand.3%2Fposts%2Fpfbid021jcSq4XR6hCNyeXoboXEHnmCjJYXLA6sWVgd22sX5zJWwmd2gXN64FnLCBPnuEp4l&show_text=true&width=500#amp=1

Leave a Reply

Your email address will not be published. Required fields are marked *