ଜେଲରୁ ବେଲରେ ଆସି ହତ୍ୟାକାଣ୍ଡ, ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ମାରିଦେଲା ଅଭିଯୁକ୍ତ

Top Storise ଅପରାଧ ଦେଶ- ବିଦେଶ

ହାଥରସ୍: ପୁଣି ଚର୍ଚ୍ଚାରେ ହାଥରସ୍ । ନାରୀ ନିର୍ଯାତନା ଅବା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ହାଥରସ୍ ପୁଣି ଟାଇମଲାଇନକୁ ଆସିଛି । ହାଥରସର ସସନି ଅଞ୍ଚଳରେ ଦୁଷ୍କର୍ମ ଅଭିଯୁକ୍ତ ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ହତ୍ୟା କରିଛି । ହତ୍ୟା ଘଟଣାରେ ୪ ଜଣ ସମ୍ପୃକ୍ତ ଥିବାବେଳେ ପୋଲିସ ଜଣଙ୍କୁ ଗିରଫ କରିଛି ।

https://platform.twitter.com/embed/Tweet.html?dnt=true&embedId=twitter-widget-0&frame=false&hideCard=false&hideThread=false&id=1366578548677373953&lang=en&origin=https%3A%2F%2Fodishasambad.in%2Fout-on-bail-man-accused-of-sex-assault-shoots-dead-survivors-father%2F&theme=light&widgetsVersion=889aa01%3A1612811843556&width=550px

୨୦୧୮ ଜୁଲାଇରେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜଣଙ୍କ ଜେଲ୍ ଯାଇଥିଲା । ମାସକ ତଳେ ସେ ବେଲରେ ଜେଲରୁ ବାହାରିଥିଲା । ଆଉ ସୋମବାର ଅପରାହ୍ଣ ପ୍ରାୟ ୪ଟା ୩୦ ସମୟରେ ସ୍ଥାନୀୟ ଗାଁ ମନ୍ଦିରରେ ପୂର୍ବ ମାମଲାକୁ ନେଇ ଝଗଡ଼ା ପରେ ଅଭିଯୁକ୍ତ ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଆହତ ପୀଡ଼ିତାଙ୍କ ପିତାଙ୍କୁ ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଛି ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଗୌରବ ଶର୍ମା ୨୦୧୮ରେ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯାଇଥିଲା । ପରେ ସ୍ଥାନୀୟ ତଳ କୋର୍ଟ ଗୌରବକୁ ଜାମିନ୍ ଦେଇଥିଲେ । ପୀଡ଼ିତା ଓ ଅଭିଯୁକ୍ତର ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଅଭିଯୁକ୍ତର ସ୍ତ୍ରୀ ଓ ଖୁଡ଼ି ସୋମବାର ଗାଁ ମନ୍ଦିରକୁ ଯାଇଥିଲେ । ଯେଉଁଠି ପୀଡ଼ିତା ଓ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ଅଭିଯୁକ୍ତ ଗୌରବର ସ୍ତ୍ରୀ ପୀଡ଼ିତା ଭଉଣୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ।

ଝଗଡ଼ା ବନ୍ଦ ପାଇଁ ପୀଡ଼ିତାଙ୍କ ପିତା ଉଦ୍ୟମ କରିଥିଲେ । ଗୌରବ ପରିବାରର କିଛି ଅନ୍ୟ ସଦସ୍ୟଙ୍କୁ ଡାକିବା ସହ ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ଦେଇଥିଲା । ପୋଲିସ ମାମଲାରେ ଗୌରବ ଶର୍ମାଙ୍କ ପରିବାରର ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ।

Leave a Reply

Your email address will not be published. Required fields are marked *