Application started to fulfill the dreams of CRPF aspirants, more than 9 thousand recruitments will be available

CRPF ଆଶାୟୀଙ୍କ ସ୍ଵପ୍ନ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ, ୯ ହଜାରରୁ ଉର୍ଦ୍ଧ ପାଇବେ ନିଯୁକ୍ତି

Top Storise ଦେଶ- ବିଦେଶ

ବ୍ୟୁରୋ : ସିଆରପିଏଫ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ପୂରଣ ହେବ ସ୍ଵପ୍ନ। ପାଖାପାଖି ୧୦ ହଜାର ଆଶାୟୀ ପାଇବେ ନିଯୁକ୍ତି। ସିଆର୍‌ପିଏଫ୍‌ ତଥା Central Reserve Police Force-CRPFରେ ୯ ହଜାରରୁ ଅଧିକ କନଷ୍ଟେବଲ୍ (ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହାର ଶେଷ ତାରିଖ ଏପ୍ରିଲ ୨୫ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ଜୁନ୍‌ ୨୦ରେ ଆଡ୍‌ମିଟ୍‌ କାର୍ଡ ଜାରି ହେବ।

ପୋଷ୍ଟ ସଂଖ୍ୟା…

ପୁରୁଷ: ୯,୧୦୫ ପଦବୀ

ମହିଳା: ୧୦୭ ପଦବୀ

ଡ୍ରାଇଭର- ୨୩୭୨

ମୋଟର ମେକାନିକ୍‌- ୫୪୪

କୋବଲର୍‌- ୧୫୧

କାର୍ପେଣ୍ଟର- ୧୩୯

ଟେଲର୍‌- ୨୪୨

ବ୍ରାସ୍‌ ବ୍ୟାଣ୍ଡ୍‌- ୧୭୨

ପାଇପ୍‌ ବ୍ୟାଣ୍ଡ୍‌- ୫୧

ବଗ୍‌ଲର୍‌- ୧୩୪୦

ଗାର୍ଡେନର- ୯୨

ପେଣ୍ଟର- ୫୬

କୁକ୍‌- ୨୪୭୫

ବାର୍ବର- ୩୦୩

ହେୟାର ଡ୍ରେସର- ୧

ୱାଶରମ୍ୟାନ୍‌- ୪୦୬

ସଫାଇ କର୍ମଚାରୀ- ୮୨୪

ପ୍ଲମ୍ବର- ୧

ମାସୋନ- ୬

ଇଲେକ୍ଟ୍ରିସିଆନ୍‌- ୪

କେମିତି କରିବେ ଆବେଦନ:

ସିଆର୍‌ପିଏଫ୍‌ର ଅଫିସିଆଲ ୱେବ୍‌ସାଇଟ୍‌ crpf.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଦରମା: ପେ’ ଲେବଲ୍-୩ (୨୧,୭୦୦ ଟଙ୍କା-୬୯ ହଜାର ଟଙ୍କା)

ଚୟନ ପ୍ରକ୍ରିୟା: ଅନ୍‌ଲାଇନ୍‌ ସିବିଟି ଟେଷ୍ଟପିଏସ୍‌ଟି(Physical Standard Test)ପିଇଟି(Physical Efficiency Test)ଟ୍ରେଡ୍‌ ଟେଷ୍ଟ୍‌ମେଡିକାଲ୍‌ ଟେଷ୍ଟ୍‌ଫାଇନାଲ୍‌ ମେରିଟ୍‌ ଲିଷ୍ଟ୍‌

ଗୁରୁତ୍ୱପୂର୍ଣ୍ଣ ତାରିଖ: ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ- ମାର୍ଚ୍ଚ ୨୭ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଓ ଅନ୍‌ଲାଇନ୍‌ ଫି’ ପେମେଣ୍ଟ- ଏପ୍ରିଲ ୨୫କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ପାଇଁ ଆଡ୍‌ମିଟ୍‌ କାର୍ଡ ଜାରି- ଜୁନ୍‌ ୨୦ରୁ ଜୁନ୍‌ ୨୫କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ(ଟେନ୍‌ଟେଟିଭ୍‌)- ଜୁଲାଇ ୧ ରୁ ୧୩ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- CRPF Recruitment 2023

Leave a Reply

Your email address will not be published. Required fields are marked *