୧୭ ରେ ଆସିବ ଆଉ ଏକ ଲଘୁଚାପ! ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା

Top Storise ରାଜ୍ୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେବ। ଧୀରେ ଧୀରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରୁ ଦୂରେଇଯିବ। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ପରିମାଣ ହ୍ରାସ ପାଇବ। ଆଜି ଓ ଆସନ୍ତାକାଲି କମିବ ବର୍ଷା। ପୁଣି ୧୭ରୁ ବଢିବ ବର୍ଷା। ୧୮ ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ୧୭ ରୁ ବର୍ଷା ବଢିଲେ ଉପକୂଳ ଓ ଦକ୍ଷିଣ ଓଡିଶା ନଦୀ ଅବବାହିକାରେ ବୃଦ୍ଧି ପାଇବ ଜଳସ୍ତର। ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା। ଆଜି ପାଇଁ ୧୧ଟି ଜିଲ୍ଲାକୁ ରେଡ଼ ଓ୍ଵାର୍ଣ୍ଣିଂ ଓ ୧୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୧୬ ତାରିଖ ଦିନ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଅନ୍ୟପ‌ଟେ ରାଜ୍ୟରେ ଏବେ ମୌସୁମୀର ଶକ୍ତିଶାଳୀ ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ। ୧୭ ତାରିଖରୁ ପୁଣି ବର୍ଷା ବଢ଼ିପାରେ। ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ। ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ୧୭ ତାରିଖ ଦିନ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୮ ତାରିଖ ଦିନ ସାରା ଓଡ଼ିଶାରେ ବିସ୍ତାରିତ ବର୍ଷା ହେବ।

ରବିବାର ସକାଳ ୮ଟାରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ ରହିଥିଲା। ଫଳରେ ରବିବାର ଦିନ ତମାମ ଉପକୂଳରୁ ପଶ୍ଚିମ ଓଡ଼ିଶା ଯାଏ ପ୍ରବଳ ବର୍ଷା ହୋଇଛି। ରାତିରୁ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଥିଲା।

Leave a Reply

Your email address will not be published. Required fields are marked *