ଏସିଆ କପ୍ ୨୦୨୫ ପାଇଁ ଭାରତୀୟ T20 ଦଳ ଘୋଷଣା

କ୍ରୀଡ଼ା

ଏସିଆ କପ୍ ୨୦୨୫ ପାଇଁ ଭାରତୀୟ T20 ଦଳ ଘୋଷଣା । ଦଳରେ ମୋଟ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଦଳର କମାଣ୍ଡ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇ ଥିବାବେଳେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଜସପ୍ରୀତ ବୁମରାହ ଏବଂ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି।

ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳର ଅଂଶ ଥିବା ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ରମନଦୀପ ସିଂହ, ରବି ବିଷ୍ନୋଇ ଏବଂ ମହମ୍ମଦ ଶାମିଙ୍କୁ ଏସିଆ କପ୍ ଦଳରୁ ବାଦ ଦିଆଯାଇଛି।

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ଓ୍ବିକେଟ କିପର), ଜଶପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୂଳଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା, ରିଂକୁ ସିଂ

ଟିମ୍ ଇଣ୍ଡିଆର ପ୍ରଥମ ମୁକାବିଲା ଆୟୋଜକ ୟୁଏଇ ବିପକ୍ଷରେ ୧୦ ସେପ୍ଟେମ୍ବରରେ ହେବ। ଏହା ସହିତ ଟୁର୍ଣ୍ଣାମେଣ୍ଟର ପ୍ରତୀକ୍ଷିତ ମୁକାବିଲା ଅର୍ଥାତ୍ ଭାରତ ବନାମ ପାକିସ୍ତାନ ୧୪ ସେପ୍ଟେମ୍ବରରେ ହେବ। ଯଦି ଉଭୟ ଦଳ ସୁପର ଫୋରରେ ପହଞ୍ଚନ୍ତି, ତେବେ ସେମାନେ ଆଉ ଥରେ ମୁହାଁମୁହିଁ ହେବେ।

୨୮ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ମଧ୍ୟ ଦୁବାଇରେ ହିଁ ଖେଳାଯିବ। ଯଦି ପାକିସ୍ତାନ ଏବଂ ଭାରତ ଫାଇନାଲରେ ପହଞ୍ଚନ୍ତି, ତେବେ ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ମୁହାଁମୁହିଁ ହୋଇପାରନ୍ତି। ଟିମ୍ ଇଣ୍ଡିଆକୁ ଏସିଆ କପ୍ ପରେ ତୁରନ୍ତ ୨ ଅକ୍ଟୋବରରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ହେବ

Leave a Reply

Your email address will not be published. Required fields are marked *