ଆଇପିଏଲରୁ ୨ ଅମ୍ପାୟର ଓହରିଲେ

Top Storise କ୍ରୀଡ଼ା ଦେଶ- ବିଦେଶ

ମୁମ୍ବାଇ: ଚଳିତ ଆଇପିଏଲରୁ ଗୁରୁବାର ୨ଜଣ ଅମ୍ପାୟର ଓହରି ଯାଇଛନ୍ତି । କରୋନାର ଦ୍ୱିତୀୟ ଲହରୀ କମିବାର ନାଁ ଧରୁ ନ ଥିବାରୁ ସେମାନେ ଭୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇଜଣ ଅମ୍ପାୟର ହେଲେ ଭାରତର ନିତିନ ମେନନ ଓ ଅଷ୍ଟ୍ରେଲିଆ ପଲ ରାଇଫଲ । ସେମାନଙ୍କ ସ୍ଥାନରେ ଘରୋଇ ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଦାୟିତ୍ୱ ଦିଆଯିବ ବୋଲି ବିସିସିଆଇ କହିଛନ୍ତି ।

ମେନନଙ୍କ ମାଆ ଏବଂ ପତ୍ନୀ କରୋନା ସଂକ୍ରମିତ ହୋଇଥିବାରୁ ସେ ତାଙ୍କ ଘର ଇନ୍ଦୋରକୁ ଫେରି ଯାଇଛନ୍ତି । ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସମେତ ୪ଜଣ ଷ୍ଟାର ଖେଳାଳି ଆଇପିଏଲରୁ ଓହରି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *