ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ

Top Storise ରାଜ୍ୟ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ ।

ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ଏଥିରୁ୧୫ ଜଣ ନିର୍ଦେଶକ ନିର୍ବାଚିତ ହୋଇ ୧୩୨୩ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ସେଥିରୁ ୧୫ ଜଣ ନିର୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦେଶକ ନିର୍ବାଚିତ କରିବେ। ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତା୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ। ପ୍ରାଥମିକ, ସେଣ୍ଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ଅଛି।

ଯେଉଁଥିରେ ରାଜ୍ୟ ସରକାରଙ୍କ୫ଟି ବିଭାଗ ରହିଛି। ଏଥିରେ ସମବାୟର ୪୧୫୨, ହସ୍ତତନ୍ତ ଓ ବୟନଶିଳ୍ପର ୮୦୩, ମତ୍ସ୍ୟ ସମ୍ପଦର ୧୯୧୨, MSMEର ୨୦୮ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏ ଯାଏ ୩୦,୯୦,୧୦୫ ଚାଷୀ ଭୋଟର ଅଛନ୍ତି। କିଛିଙ୍କ ଭୋଟର ଲିଷ୍ଟ ଅପଡେଟ ନଥିବାରୁ କଟିବ। ଆସନ୍ତା ଦୁଇ ମାସ ଭିତରେ ୩୮୯ ୨ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ।

ଏହି ନିର୍ବାଚନ ଅଧିକାରୀମାନେ ସମବାୟ ସମିତିସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ। ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଲଗାଯିବ। ସେମାନେ ନୂଆ ଭୋଟର ତଥ୍ୟ ମାଗିବାଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ।  ଶେଷରେ ୧୫ ଦିନ ପରେ ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ହେବ। ଏନେଇ  ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *