କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା, ଜାଣନ୍ତୁ କେଉଁ ପଟେ ଯିବେ…

Top Storise ରାଜ୍ୟ

ଭୁବନେଶ୍ୱର: ଜରୁରୀ ମରାମତି କାର୍ଯ୍ୟ ପାଇଁ ମଙ୍ଗଳବାର ଠାରୁ ୬୦ ଦିନ ଧରି କୁଆଖାଇର ବାମପଟ ବ୍ରିଜ ବନ୍ଦ ରହିବ ବୋଲି ଟ୍ୱିନସିଟି କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି।

NH-16 ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ LHS ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ ଉକ୍ତ ବ୍ରିଜର ଯାଞ୍ଚ ଏବଂ ଲୋଡ୍ ଜନିତ ପରୀକ୍ଷାର ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ ମଧ୍ୟ କରାଯାଇଛି।https://platform.twitter.com/embed/Tweet.html?dnt=true&embedId=twitter-widget-0&frame=false&hideCard=false&hideThread=false&id=1366391163696029698&lang=en&origin=https%3A%2F%2Fodishasambad.in%2Ftraffic-on-kuakhai-bridge-between-cuttack-bhubaneswar-to-be-diverted-from-today%2F&theme=light&widgetsVersion=889aa01%3A1612811843556&width=550px

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ବିଟ୍ କରାଯାଇଛି।

ଯାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଭୁବନେଶ୍ୱରରୁ କଟକକୁ ସମସ୍ତ ଯାନବାହାନ ମାର୍ଚ୍ଚ ୨ରୁ ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ କୁଆଖାଇର ମଝି ବ୍ରିଜକୁ ମାର୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *