ପତଳା ଓ ଫିଟ ରହିବାକୁ ଚାହୁଁଛନ୍ତି କି, ପିଅନ୍ତୁ ବ୍ଲାକ କଫି… ମିଳିବ ଫାଇଦା

ଜୀବନଚର୍ଯ୍ୟା

ଅନେକ ଲୋକ ବ୍ଲାକ କଫି ପିଇବାକୁ ଭଲ ପାଆନ୍ତି। କୁହାଯାଏ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଜାଣନ୍ତୁ କାହିଁକି ବ୍ଲାକ କଫି ଶରୀର ପାଇଁ ହିତକର

ବ୍ଲାକ କଫିରେ ସର୍ବନିମ୍ନ କ୍ୟାଲୋରୀ ଥାଏ, ଯାହା ଫଳରେ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ଅପ୍ସନ୍। ଏହା ଆପଣଙ୍କୁ ତାଜା ରଖିବା ସହ ଓଜନକୁ ବି ନିୟନ୍ତ୍ରଣରେ ରଖିଥାଏ।

ବ୍ଲାକ କଫିରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ରହିଥାଏ, ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ବ୍ଲାକ କଫିରେ ଥିବା କ୍ୟାଫିନ୍ ମେଟାବୋଲିଜିମ୍ ବୃଦ୍ଧି କରିଥାଏ, ଯାହା ଓଜନ ପରିଚାଳନାରେ ସାହାଯ୍ୟ କରିପାରେ।

ବ୍ଲାକ କଫିରେ କ୍ୟାଫିନ୍ ପରିମାଣ ଅଧିକ ଥିବାରୁ ଏହା ଶରୀର ଓ ମସ୍ତିଷ୍କକୁ ଆକ୍ଟିଭ ରଖିବାରେ ସାହାଯ୍ୟ କରିଥାଏ । ହେଲେ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିପାରେ ।

ଯଦି ଆପଣ ଆକ୍ଟିଭ ରହିବା ସହ ମେଟାବୋଲିଜିମ୍ ବୃଦ୍ଧି କରିବା ଚାହାନ୍ତି ତେବେ କଫି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କଫିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନୋଲ ରହିଛି, ଯାହା ଶରୀର ପାଇଁ ଉପଯୋଗୀ ।

Leave a Reply

Your email address will not be published. Required fields are marked *