ଦ୍ରୁତ ବେଗରେ ଫିଟ ହେଉଛନ୍ତି ବୁମରାହ, ପନ୍ତ

Top Storise କ୍ରୀଡ଼ା

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ୫ଜଣ ଷ୍ଟାର ଖେଳାଳି ଏନସିଏରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏହି ୫ଜଣ ଖେଳାଳି ହେଲେ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଶ୍ରେୟାସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ । ବୁମରାହ ଏବେ ଫିଟ ହେବା ସହ ରିହ୍ୟାବ କ୍ୟାମ୍ପରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ସମ୍ପୂର୍ଣ୍ଣ ରନଅପ ସହ ବୋଲିଂ କରୁଥିବାରୁ ଖୁବ ଶୀଘ୍ର ଜାତୀୟ ଦଳକୁ ଫେରିବେ ବୋଲି ଆଶା କରାଯାଉଛି । ସେହିପରି ଷ୍ଟାର ୱିକେଟ କିପର ରିଷଭ ପନ୍ତଙ୍କ ସ୍ଥିତିରେ ଯଥେଷ୍ଟ ସୁଧାର ଘଟିଛି । ସେ ନେଟ୍ସରେ ବ୍ୟାଟିଂ କରିବା ସହ ୱିକେcଟ କିପିଂ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ତାଙ୍କର ଆଉ କୌଣସି ଅପରେଶନ ଦରକାର ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

ଶ୍ରେୟାସ ଆୟାର ଓ କେଏଲ ରାହୁଲ ଫିଟ ହୋଇଥିଲେ ମଧ୍ୟ ଏବେ ସେମାନଙ୍କ ଷ୍ଟ୍ରେନ୍ଥ କଣ୍ଡିସନକୁ ଭଲ କରିବା ପାଇଁ ଉଦ୍ୟମ କରାଯାଉଛି । ସେମାନଙ୍କୁ ଆଉ କିଛି ଦି ଅଭ୍ୟାସ କରିବାକୁ ପଡିବ । ବିସିସିଆଇର ଜନୈକ ଅଧିକାରୀ ପନ୍ତ ଓ ବୁମରାହ ବିଶ୍ୱକପରେ ଭାରତୀୟ ଦଳକୁ ଫେରିବା ସମ୍ଭାବନା ଅଧିକ ରହିଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *