କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ରହିବନି ପିଏମ୍‌ ମୋଦୀଙ୍କ ଫଟୋ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ଲଢିବାକୁ ଅଣ୍ଟା ଭିଡୁଥିବା ରାଜ୍ୟଗୁଡିକରେ କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ଆୟୋଗ (ଇସି) କହିଛି। ଟିଏମସି ଦ୍ୱାରା ହୋଇଥିବା ଅଭିଯୋଗକୁ ଆଧାର କରି ଇସି ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ମଡେଲ ଆଚରଣ ବିଧି (MCC) ବଳବତ୍ତର ଥିବାବେଳେ ସରକାରୀ ମାଧ୍ୟମରେ ଦଳକୁ କ୍ଷମତାକୁ ଆଣିବା ବିରୋଧରେ ଇସି ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖିଛି।

ପୂର୍ବ ନିର୍ବାଚନ ସମୟରେ ସରକାରୀ କଲ୍ୟାଣ ଯୋଜନାର ପୋଷ୍ଟର ଏବଂ ୱେବସାଇଟରେ ପ୍ରଧାନମନ୍ତ୍ରୀଙ୍କ ଛବି ବ୍ୟବହାରକୁ ଇସି ବନ୍ଦ କରିଦେଇଛି।

୨୦୧୭ରେ ଯେତେବେଳେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ୟୁପି ମତଦାନକୁ ଯାଉଥିଲେ, ସେତେବେଳେ PMAY ସାଇଟରୁ ମୋଦୀଙ୍କ ଛବି ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଦିଆଯାଉଥିବା ଟିକାକରଣ ପ୍ରମାଣପତ୍ର ସମ୍ବନ୍ଧରେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *