ବିଜୁ ପଟ୍ଟନାୟକଙ୍କୁ ନେଇ ରଚିତ ଦୁଇଟି ପୁସ୍ତକର ପ୍ରଛଦ ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ପ୍ରକାଶନ ସଂସ୍ଥା ପେନ୍ ଇନ ବୁକ୍ସ ତରଫରୁ ଦୁଇଟି ନୂଆ ବହି ପ୍ରକାଶିତ ହେବାକୁ ଯାଉଛି ବୋଲି ସୂଚନା ଦିଆଯିବା ସହ ଉଭୟ ପୁସ୍ତକର ପ୍ରଛଦ ପ୍ରକାଶନ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି ।

ପ୍ରଥମ ପୁସ୍ତକଟି ପ୍ରସିଦ୍ଧ କବି ଦେବଦାସ ଛୋଟରାୟଙ୍କ ଲିଖିତ ଓଡ଼ିଆ ପୁସ୍ତକ “ବିଜୁବାବୁ ” ହୋଇଥିବା ବେଳେ ଦ୍ୱିତୀୟଟି ଗବେଷକ ତଥା ଲେଖକ ଅନୀଲ ଧିରଙ୍କ ଲିଖିତ ଇଂରାଜୀ ପୁସ୍ତକ “ବିଜୁ ପଟ୍ଟନାୟକ – ଇଣ୍ଡିଆସ୍ ଲାଷ୍ଟ ବୁକାନିଅର” । ଚଳିତ ମାସ ଆରମ୍ଭ ହେଉଥିବା ପୁସ୍ତକ ମେଳାରେ ଦୁଇଟି ଯାକ ପୁସ୍ତକ ପାଠକ ପାଇ ପାରିବେ ବୋଲି ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *