ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ସଚିନ୍ ପାଇଲଟ ଓ ଅଶୋକ ଗେହଲୋଟ୍: ଖଡ଼ଗେଙ୍କ ବାସଭବନରେ ଲମ୍ବା ବୈଠକରେ ହେଲା ନିଷ୍ପତି

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆଜି ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବଡ଼ ବୈଠକ ହୋଇଛି। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ତାଙ୍କର ପୂର୍ବତନ ଡେପୁଟି ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଉପସ୍ଥିତ ଥିଲେ। ଏହି ବୈଠକରେ କଂଗ୍ରେସ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ଲାନିଂ ଆରମ୍ଭ କରିଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ […]

Continue Reading

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର ରଖିଥିବା ଡାକ୍ତର କହିଛନ୍ତି । ସେ ଏବେ କୌଣସି ସାହାଯ୍ୟ ବିନା ଚଲାବୁଲା କରିବା ସହ ହାଲକା ଶାରୀରିକ ଶ୍ରମ ମଧ୍ୟ କରୁଛନ୍ତି । ପ୍ରାୟ […]

Continue Reading

ଆଣ୍ଠୁ ପରୀକ୍ଷା ପାଇଁ ମୁମ୍ବାଇ ମେଡିକାଲରେ ଭର୍ତ୍ତି ହେବେ ଧୋନି, ଆଇପିଏଲ୍ ୨୦୨୩ ରେ ଆଘାତ ସହ ସଂଗ୍ରାମ କରୁଥିଲେ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍‌ରେ ପଞ୍ଚ ଟାଇଟଲ ଜିତି ଏବେ ସେଲିବ୍ରେସନ ମୁଡ୍‌ରେ ରହିଛି । ଏମ୍‌ଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ହରାଇ ଏହି ଗୌରବ ହାସଲ କରିଥିଲା । ଚେନ୍ନାଇ ଖେଳାଳିମାନେ ଏହି ସମୟରେ ଉତ୍ସବରେ ବୁଡି ରହିପାରନ୍ତି, କିନ୍ତୁ ଅଧିନାୟକ ଧୋନି ଆସନ୍ତା କିଛି ଦିନ ମୁମ୍ବାଇ ଯିବାକୁ ଯାଉଛନ୍ତି, ଯେଉଁଠାରେ ସେ ଆଣ୍ଠୁ ପରୀକ୍ଷା କରିବେ । ଆଇପିଏଲ୍ ୨୦୨୩ ର ପୂରା ସିଜିନ୍‌ରେ ଧୋନି ଆଣ୍ଠୁରେ […]

Continue Reading

ମହାରାଷ୍ଟ୍ର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ: ମହାରାଷ୍ଟ୍ରର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର । ସ୍ୱଚ୍ଛ ମୁଖ ଅଭିଯାନ ମୁଖର ସ୍ୱଚ୍ଛତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏକ ଅଭିଯାନ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାବୀସ ମଙ୍ଗଳବାର ତେନ୍ଦୁଲକରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ।ସଚ୍ଚିନ ଆସନ୍ତା ୫ ବର୍ଷ ପାଇଁ ଏହି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେବେ । ମହରାଷ୍ଟ୍ରର ଡେପୁଟି ସିଏମ […]

Continue Reading

ସୌରମଣ୍ଡଳ ବାହାରେ ବୃହତ୍ତ ଗ୍ରହର ସନ୍ଧାନ, ବୃହସ୍ପତିି ଠାରୁ ୧୩ ଗୁଣ ବଡ

ନୂଆଦିଲ୍ଲୀ:ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆର୍ ଏଲ୍) ଅହମ୍ମଦାବାଦର ପ୍ରଫେସର ଅଭିଜିତ୍ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ଟିମ୍ ଏକ ବିଦେଶୀ ଗ୍ରହର ଠାବ କରିଛନ୍ତି । ଏହାର ଆକାର ବୃହସ୍ପତି ଠାରୁ ୧୩ ଗୁଣ ବଡ । ଭାରତ, ଜର୍ମାନୀ, ସୁଇଜରଲ୍ୟାଣ୍ଡ ଓ ଆମେରିକାର ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଏହି ଗ୍ରହର ଘନତ୍ୱକୁ ସଠିକ୍ ରୂପରେ ମାପିବା ଲାଗି ମାଉଣ୍ଟ ଆବୁ ଗୁରୁଶିଖର ଅନୁସନ୍ଧାନ କେନ୍ଦ୍ର ଠାରେ ସ୍ୱଦେଶୀ ନିର୍ମିି ପିଆରଏଲ୍ ଆଡଭାନ୍ସଡ୍ ରେଡିଆଲ୍ ଭେଲୋସିଟି ଆବୁ […]

Continue Reading

ବଡ ଖବର; WTC Final-2023 ପାଇଁ ଟିମ୍ ଇଣ୍ଡିଆର ଏହି ଖେଳାଳି ଯିବେ ଲଣ୍ଡନ: ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ଜୋରଦାର ପ୍ରସ୍ତୁତି କରୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଆସନ୍ତା ଜୁନ୍ ୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଉଭୟ ଦଳର ଅଧିକାଂଶ ଖେଳାଳି ଏଠାରେ ପହଞ୍ଚି ସାରିଛନ୍ତି । କିନ୍ତୁ ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଗୁଜୁରାଟ ଏବଂ ଚେନ୍ନାଇର କିଛି ଖେଳାଳି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ଏହା ଭିତରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଏକ […]

Continue Reading

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାୟୁଡୁ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ସିନିୟର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇ ସାରିଥିଲେ । ଫାଇନାଲରେ ରାୟୁଡୁ ୮ ବଲରେ ଗୁରୁତ୍ୱପୂର୍ଣ୍ଣ ୧୯ ରନ କରିଥିଲେ । ଯାହା ପରୋକ୍ଷରେ ଦଳକୁ ଚାମ୍ପିୟନ କରାଇବାରେ ସହାୟ ହୋଇଥିଲା । ଚେନ୍ନାଇ ଡକ୍ୱୱର୍ଥ ଲୁଇସ ନିୟମର ଫାଇଦା ଉଠାଇ ୫ମ ଥର ପାଇଁ ଚାମ୍ପିୟନ ହୋଇଛି । […]

Continue Reading

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ । ୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ ସହ ଅବ୍ଦୁଲ ରହମାନ ମକ୍କି ସହ ୧୬ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଭାରତୀୟ ଗୁଇନ୍ଦ ଏଜେନ୍ସି ମଧ୍ୟ ଅବ୍ଦୁଲ ସଲାମ ଭୁଟ୍ଟାବିର ମୃତ୍ୟୁ […]

Continue Reading

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ ୧୩ ତାରିଖ ରହିଛି । ଆବେଦନ ପ୍ରକ୍ରିୟା ଆରମ୍ଭ –ମେ’ ୨୯ ୨୦୨୩ ଆବେଦନର ଶେଷ ତାରିଖ-ଜୁନ ୨୦୨୩ ଇଣ୍ଡିଆନ […]

Continue Reading

ନୀରଜ ଚୋପ୍ରା ଆହତ: ବଡ ଟୁର୍ନାମେଣ୍ଟ ପୂର୍ବରୁ ପୁଣି ଆହତ ହେଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କ କ୍ୟାରିୟରରେ ଏବେ ଆଘାତ ବଡ଼ ପ୍ରତିବନ୍ଧକ ସାଜିଲାଣି। ପୁଣି ଥରେ ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଫିଙ୍ଗାଳି ନୀରଜ ଆହତ ହୋଇପଡିଛନ୍ତି ଯେଉଁଥିପାଇଁ ସେ ଆଗାମୀ FBK ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ନୀରଜ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଜୁନ୍ ୪ ରୁ ନେଦରଲ୍ୟାଣ୍ଡର ହେଙ୍ଗେଲୋରେ FBK ଗେମ୍ସ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ […]

Continue Reading