୨୭ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ନୀତି ଆୟୋଗ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାନେଇ ଦାବି ଦୋହରାଇବେ ବୋଲି ସୂଚନା ମିଳିଛି । ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ସହ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ଦାବି ରଖିବେ । ଏହାସହ ଟେଲି କମ୍ୟୁନିକେସନ ବ୍ୟବସ୍ଥା ନେଇ ମଧ୍ୟ ଦାବି ରଖିବେ ବୋଲି ସୂଚନା ମିଳିଛି । […]

Continue Reading

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଦର୍ଶାଇଛନ୍ତି, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ । ଏପରିକି […]

Continue Reading

ପ୍ରଥମେ ପଶୁ ମାନଙ୍କ ଠାରେ ବ୍ୟାପିବ ଓ ପରେ ମଣିଷଙ୍କୁ ସଂକ୍ରମିତ ହେବ

ୱାଶିଂଟନ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ ହୋଇପାରେ । ଯେଉଁ ସମୟରେ କରୋନା ଭାଇରସ୍ ଆତଙ୍କରୁ ବିଶ୍ୱକୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ସେହି ସମୟରେ ହୁ ପ୍ରମୁଖଙ୍କ ଏହି ଚେତାବନୀ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଟେଡ୍ରୋସ କହିଛନ୍ତି, ଆଗାମୀ ଦିନରେ ଆସୁଥିବା […]

Continue Reading

ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରଶାସକ ବ୍ରିଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସନା ଦେବା ପରେ ଏହି ଧାରଣା ପ୍ରତ୍ୟାହାର ହୋଇଥିଲା […]

Continue Reading

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଯେ, ଏହି ସର୍ବ ଭାରତୀୟ ସର୍ଭେଲାନ୍ସ ରାଜ୍ୟର ସମସ୍ତ ଜିଲ୍ଲା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ କରି ବ୍ୟାପକ ଭାବେ […]

Continue Reading

ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଯୋଗଦେବେ ୨୫ଟି ରାଜନୈତିକ ଦଳ- ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏନେଇ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବୟକଟ ଘୋଷଣା କରାଯାଇଥିଲା । ଏପରିକି ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଯାଚିକା ଦାୟର ହୋଇଥିଲା […]

Continue Reading

ହେଲମେଟ୍ ପିନ୍ଧି ବାଇକ୍‌ରେ ଗଲା କୁକୁର, ଲୋକଙ୍କୁ କଲା ସଚେତନ

ଚେନ୍ନାଇ: କୁକୁର ଓ ମଣିଷ ଭିିତରେ ସମ୍ପର୍କ ଘନିଷ୍ଟ ହୋଇଥାଏ । ସେଥିଲାଗି ଅନେକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ତାଙ୍କ କୁକୁରକୁ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇଥାନ୍ତି । ତାର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା କରନ୍ତି । ଏବେ ଏକ ପୋଷା କୁକୁର ହେଲମେଟ୍ ପିନ୍ଧି ମାଲିକ ସହ ବାଇକ୍‌ରେ ବସି ଯାଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ […]

Continue Reading

ଟିଏମସି ଅଫିସ ଉପରେ ଚାଲିଲା ବୁଲଡୋଜର

ମୁର୍ଶିଦାବାଦ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ଏକ ଅବୈଧ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଟିଏମସି କୌଣସି କାର୍ଯ୍ୟାଳୟ ଏ ଭଳି ଭାବେ ଭଙ୍ଗାଯାଇଛି । କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟି କାର୍ଯ୍ୟାଳୟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲପାଳଙ୍କ ସହ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଏହାକୁ ଭଙ୍ଗାଯିବା ବେଳେ ଉପସ୍ଥିତ ଥିଲେ । କିଛି ଦଳୀୟ ନେତା ଏହାକୁ ନ ଭାଙ୍ଗିବା […]

Continue Reading

ବଦଳିବ PhDର ଏହି ନିୟମ: ଚାକିରି କରୁଥିବା ପିଲାଙ୍କୁ ମିଳିବ ବଡ ଫାଇଦା!

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ ହେବା ସହିତ ଉଚ୍ଚଶିକ୍ଷାରେ ମଧ୍ୟ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍(UGC) ତରଫରୁ କଲେଜ ଡିଗ୍ରୀ ଏବଂ ପିଏଚଡି ସହିତ ଉଚ୍ଚଶିକ୍ଷା ପାଇଁ ଆଡମିଶନ ପ୍ରକ୍ରିୟା ଏବଂ କ୍ରାଇଟେରିଆରେ ସଂଶୋଧନ କରାଯାଇଛି । ୨୦୨୨ରେ ଚିହ୍ନିତ ହୋଇଥିବା ଏହି ପରିବର୍ତ୍ତନ ଏବଂ ସଂଶୋଧନ ଚଳିତବର୍ଷରୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରାଯିବ । ତେଣୁ ନୂଆ ନିୟମ ଅନୁସାରେ ପିଲାମାନଙ୍କ ନାମାଙ୍କନ କରିବା ସହ ଡିଗ୍ରୀ […]

Continue Reading

ବଡ ଖବର; ସମୟ ଭିତରେ ସବୁ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ କରି ନାହାନ୍ତି? ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ: ଆଜିଠୁ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ଏହି ନୋଟକୁ ଅବୈଧ ଘୋଷଣା କରାଯାଇ ନଥିବା ବେଳେ ଲୋକଙ୍କର ଏ ନେଇ ସନ୍ଦେହ ଲାଗି ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ ନହେଲେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ପଦକ୍ଷେପ ଉଠାଇପାରନ୍ତି ବୋଲି କୁହାଯାଇଛି । ତେବେ ସମସ୍ତ ନୋଟ ଫେରସ୍ତ ହୋଇଗଲେ ,ହାକୁ ଅବୈଧ ଘୋଷଣା କରାଯାଇ […]

Continue Reading