ନୀତିଶଙ୍କ ଆସନ ଫେଭିକଲ ଅଠା ଠାରୁ ମଜବୁତ :ପ୍ରଶାନ୍ତ କିଶୋର

ଭୁବନେଶ୍ୱର : ଦିନ ଥିଲା ବିହାରରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାର ସିଏମ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଚାରିଜଣ ନେତାଙ୍କୁ ଭେଟିବା, ସେମାନଙ୍କ ସହ ଚା ପିଇବା ଜନସାଧାରଣଙ୍କ ଉପରେ କୌଣସି ଫରକ ପଡିବ ନାହିଁ। ତେବେ ଏହି ବୈଠକ ନିର୍ବାଚନରେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା, […]

Continue Reading

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଆଜି ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ। ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। […]

Continue Reading

କଂଗ୍ରେସକୁ ଶକ୍ତ ଝଟକା: ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ଶେରଗିଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟବୀର ଶେରଗିଲ ବୁଧବାର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଜୟବୀର ଶେର୍ଗିଲ ପେସାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ଓକିଲ। ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଶେରଗିଲ କହିଛନ୍ତି ଯେ, ‘ମୁଁ ଦୁଃଖିତ ଯେ ବର୍ତ୍ତମାନ ଲୋକ ତଥା ଦେଶର ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଉ ନାହିଁ । କିନ୍ତୁ ଯେଉଁମାନେ ଚାଟୁକାରିତାରେ ଲିପ୍ତ ଅଛନ୍ତି ଏବଂ କ୍ରମାଗତ ଭାବରେ ଦଳକୁ ଅବହେଳା କରୁଛନ୍ତି ସେମାନଙ୍କ ସ୍ୱାର୍ଥ ପାଇଁ ନିଷ୍ପତ୍ତି […]

Continue Reading

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି । ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ ଅରବିନ୍ଦ କେଜରିୱାଲଙ୍କର ଘୋଷିତ “ମେକ୍ ଇଣ୍ଡିଆ ନମ୍ବର ୧ ମିଶନ “କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହି ସମ୍ମିଳନୀରେ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରହିଛି । […]

Continue Reading

ଯାହାର ଘର ନାହିଁ ସେ ତ୍ରିରଙ୍ଗା କେଉଁଠି ଉଡାଇବ:ମୋଦୀଙ୍କୁ ଉଦ୍ଧବଙ୍କ ପ୍ରଶ୍ନ

ମୁମ୍ବାଇ: ପୁଣି ଉଦ୍ଧବଙ୍କ ନିଶାନାରେ ମୋଦି । ମିଳୁଥିବା ଗୋଟେ ବି ମଉକା ହାତ ଛଡା କରୁ ନାହାନ୍ତି ଉଦ୍ଧବ । ଉଦ୍ଧବ ଠାକରେ ବିଜେପି ଉପରେ ଆକ୍ରମଣ କରିବାର ସୁଯୋଗ ଛାଡି ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ଉପରେ ଉଦ୍ଧବ କହିଛନ୍ତି ଯେ ଯେତେବେଳେ ଘର ନଥିବ ତେବେ ତ୍ରିରଙ୍ଗା କେଉଁଠାରେ ଲଗାଯିବ । ସେ କହିଛନ୍ତି ଯେ ଆଜି ‘ହର ଘର ତ୍ରିରଙ୍ଗା ‘ର ସ୍ଲୋଗାନ ଦିଆଯାଉଛି। କିନ୍ତୁ ମୋଦି […]

Continue Reading

ବିଜେପିକୁ ବାଏ ବାଏ କଲେ ନୀତିଶ

ପାଟଣା: ଭାଙ୍ଗିଲା ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏନଡିଏ ଠାରୁ ଅଲଗା ହେଲା ଜେଡିୟୁ । ବିହାର ରାଜନୀତିରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେପି ସହଯୋଗରେ ଜେଡିୟୁ ସରକାର ଚାଲିଥିବା ବେଳେ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଏଥିସହ ନୀତିଶ ରାଜ୍ୟପାଳଙ୍କୁ ଅପରାହ୍ଣ ୪ଟାରେ ଭେଟିବେ । ପୂର୍ବରୁ ନୀତିଶ ୨୦୧୩ରେ ବିଜେପି ଠାରୁ ଅଲଗା ହୋଇଥିଲେ । ପୁଣିଥରେ ୨୦୧୭ରେ ମହାମେଣ୍ଟରୁ ଓହରି ବିଜେପି ସହ ମିଶିଥିଲେ । […]

Continue Reading

ଉଦ୍ଧବ ଶିବିର ପରେ ସୁପ୍ରିମକୋର୍ଟ ପହଞ୍ଚିଲେ ସିନ୍ଦେ ଶିବିର

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବା ଶିବିର ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିନ୍ଦେ କୋର୍ଟରେ ଏକ ନୂଆ ଆଫିଡେଭିଟ୍ ବା ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଦ୍ଧବ ଶିବିର ଦାଖଲ କରିଥିବା ଆବେଦନକୁ ଖାରଜ କରିବାକୁ ଦାବି କରାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଭାରତର ନିର୍ବାଚନ ଆୟୋଗଙ୍କୁ ‘ପ୍ରକୃତ’ ଶିବସେନା ବାଛିବା ପାଇଁ ଅନୁମତି ଦିଆଯାଉ। ଅଗଷ୍ଟ ୮ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଉଭୟ […]

Continue Reading

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ମୁମ୍ବାଇ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ଫଡନାବୀସ । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି । ଫଡନାବୀସଙ୍କ ସହିତ କିଛି ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟପାଳଙ୍କ ଠାରେ ଏହି ଦାବି ରଖିଛନ୍ତି ଯେ ଉଦ୍ଧବ ସରକାରଙ୍କ ଠାରେ ବହୁମତ ନାହିଁ । 39 ବିଧାୟକ ଉଦ୍ଧବ ସରକାରଙ୍କୁ ସମର୍ଥନ କରୁନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିର୍ଦେଶ […]

Continue Reading

ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗିରଫ ପରେ ଜାମିନରେ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । […]

Continue Reading

ନେଶନାଲ ହେରାଲ୍ଡ ମାମଲା: ଇଡିକୁ ପୁଣି ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ଇଡି ନିକଟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସୋନିଆଙ୍କୁ ଗତ ୮ ତାରିଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଜୁନ ୨ରେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ । ଆଉ ହାଜର ହେବା […]

Continue Reading