ସୃଷ୍ଟି ହେଲା ଲଘୁଚାପ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଉତ୍ତର ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏକ ଘୂର୍ଣ୍ଣିବଳୟ ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, […]

Continue Reading

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ । ୨୮ ବର୍ଷୀୟ ଶୁଭାଶିଷ ୨୦୦୯ରେ ବିବି ମଡେଲ୍ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ । ଏହା ପରେ ସେ ଆଇଟିଆଇରେ ନାମ ଲେଖାଇ ଥିଲେ । ସିଟିଟିସିରେ ଟ୍ରେନିଂ ନେବା […]

Continue Reading

ବିବାଦ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର, ଆଉ ଦେଲେ କଡ଼ା ଜବାବ

ଭୁବନେଶ୍ୱର: ବିଶିଷ୍ଟ ବଲିଉଡ, ଓଲିଉଡ ଓ ଟଲିଉଡ ଅଭିନେତା ମନୋଜ ମିଶ୍ର ଏବେ ବିବାଦ ଘେରରେ । ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ମନୋଜ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତାମତ ଦେଇଥିଲେ । ତେବେ ଏହାପରେ ଆରମ୍ଭ ହୋଇଥିଲା ବିବାଦ । ରାଜ୍ୟର କିଛି କଳାକାର ମନୋଜଙ୍କୁ ଏଥିପାଇଁ ନିନ୍ଦା କରିବା ସହିତ ଏଭଳି ବୟାନ ଦେବାରୁ ନିବୃତ୍ତ ରହିବାକୁ କହିଥିଲେ । ମନୋଜ କହିଥିଲେ, ଓଡ଼ିଶା ବାହାରେ ଗୋଟିଏ ଦିନରେ ଯେତିକି […]

Continue Reading

କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ କଲେଜ ମାଗିଲା ୧୫ ହଜାର ଟଙ୍କା: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଲେଜ ପାଠପଢ଼ା ସରିବା ପରେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କଲେଜରୁ ଏହି ସାର୍ଟିଫିକେଟ ନେଇ ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥାନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ ଟଙ୍କା ମଗା ଯାଇଛି । ଏଭଳି ଅଭିଯୋଗ କରିଛନ୍ତି କିଛି ଛାତ୍ରଛାତ୍ରୀ । ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାର ଭାପୁରୁ ବ୍ଲକରୁ ଆସିଛି ଏଭଳି ଏକ ଘଟଣା । ବ୍ଲକର ବାଇଗୁଣିଆ ଗ୍ରାମରେ ଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର […]

Continue Reading

ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର: ପ୍ରଚଣ୍ଡ ଘଡଘଡି ଓ ବିଜୁଳିରେ ଭାଙ୍ଗିଲା ମନ୍ଦିର । ଖସିପଡିଲା ଦଧିନଉତି । ଭୁବନେଶ୍ୱର ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଆଜି ଖସି ପଡିଛି । ୬୦ ଫୁଟ ଏହି ମନ୍ଦିରର ଦଧିନଉତି ଖସି ମନ୍ଦିର ପ୍ରାଙ୍ଗଣରେ ପଡ଼ିଛି । ମନ୍ଦିର ଭିତରେ ବ୍ରାହ୍ମଣ ପୂଜା କରିବାକୁ ଆସିଥିଲେ । କିଛି ଭକ୍ତ ମଧ୍ୟ ମନ୍ଦିରରେ ଥିଲେ । ଏହି ସମୟରେ ଘଟିଥିଲା ଅଘଟଣ । ଦଧିନଉତି ଖସି ପଡିବା ଦେଖି […]

Continue Reading

ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତର ହେବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରିତ ହେବ । କ୍ୟାମ୍ପସକୁ ଲାଗି ରହିଥିବା ବିଦ୍ୟାଳୟ କୋଠାକୁ ଯିବ ଜୁନିଅର୍ କଲେଜ । ରମାଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଠାରୁ ଜୁନିଅର କଲେଜକୁ ପୃଥକ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୟୁନିଟ୍ ୯ ସ୍ଥିତ ସରକାରୀ ବାଳିକା ହାଇସ୍କଲକୁ ସ୍ଥାନାନ୍ତରିତ ହେବ । ୟୁନିଟ୍ ୯ ବାଳିକା ହାଇସ୍କୁଲ୍ ୟୁନିଟ୍ ୯ ସ୍ଥିତ ବାଳକ ହାଇସ୍କୁଲ୍ ସହ […]

Continue Reading

୧୮ରୁ ଅତି ପ୍ରବଳ ବର୍ଷା, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ […]

Continue Reading

୨୬ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଏକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୬ତାରିଖରେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଯାପନୀସମାରୋହରେ ଶ୍ରୀମତୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବାର ମଧ୍ୟ ସ୍ଥିର ହୋଇଛି । ସେହିଭଳି ୨୭ତାରିଖରେ ଶ୍ରୀମତୀ ମୁର୍ମୁ ଭଦ୍ରକ ସ୍ୱୟଂଶାସିତମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତ ପାଇଁ କଟକ ଓ […]

Continue Reading

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଅଗଷ୍ଟ ୧ରେ ଆରମ୍ଭ ହେବ। ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଏହି ଦୁଇଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି। […]

Continue Reading

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ ତାଲିକା: ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଲା ଘୋଷଣା

ଭୁବନେଶ୍ୱର: ଯୁକ୍ତ ୩ରେ ନାମଲେଖାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକାପତ୍ର ପ୍ରକାଶ କରାଯାଇଛି । ତେବେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ଏହି ମେରିଟ ଲିଷ୍ଟ ଅନୁସାରେ ପିଲାମାନେ ନିଜ ନିଜର ମାର୍କ ଅନୁସାରେ କଲେଜ ଚୟନ କରିପାରିବେ । ଏହାପରେ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ କଟ୍ ଅଫ୍ ମାର୍କ […]

Continue Reading