୨୬ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଏକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୬ତାରିଖରେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଯାପନୀସମାରୋହରେ ଶ୍ରୀମତୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବାର ମଧ୍ୟ ସ୍ଥିର ହୋଇଛି । ସେହିଭଳି ୨୭ତାରିଖରେ ଶ୍ରୀମତୀ ମୁର୍ମୁ ଭଦ୍ରକ ସ୍ୱୟଂଶାସିତମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତ ପାଇଁ କଟକ ଓ […]

Continue Reading

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଅଗଷ୍ଟ ୧ରେ ଆରମ୍ଭ ହେବ। ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଏହି ଦୁଇଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି। […]

Continue Reading

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ ତାଲିକା: ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଲା ଘୋଷଣା

ଭୁବନେଶ୍ୱର: ଯୁକ୍ତ ୩ରେ ନାମଲେଖାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକାପତ୍ର ପ୍ରକାଶ କରାଯାଇଛି । ତେବେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ଏହି ମେରିଟ ଲିଷ୍ଟ ଅନୁସାରେ ପିଲାମାନେ ନିଜ ନିଜର ମାର୍କ ଅନୁସାରେ କଲେଜ ଚୟନ କରିପାରିବେ । ଏହାପରେ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ କଟ୍ ଅଫ୍ ମାର୍କ […]

Continue Reading

ବାହାନଗା ଟ୍ରାଜେଡିର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡର ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସିବିଆଇ ପରୀକ୍ଷା କରିଛି । ସୂଚନା ଅନୁଯାୟୀ, ଜୁନ ୨ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟ ଅବହେଳା କରିଥିବାରୁ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ସିବିଆଇ ଅନେକ […]

Continue Reading

୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ରାଜ୍ୟ ସରକାରଙ୍କ ଏହି ବିଜୁ ସେତୁ ଯୋଜନାରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ବ୍ୟୟ ଅଟକଳ ୫୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୦୦ କୋଟିକୁ ବୃଦ୍ଧି […]

Continue Reading

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି। ଏହି ଦୁଇ ଜଣ ଅନ୍ୟ ଲୋକଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିବା […]

Continue Reading

ଏହି ମନ୍ଦିରରେ ପୂଜା ପାଆନ୍ତିନି ଦେବାଦେବୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ଭାବରେ ଭୁବନେଶ୍ୱର ଖୁବ୍ ଜଣାଶୁଣା। ଏହି ସ୍ଥାନରେ କେତେ ଯେ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଆଜି ବି କାଳବକ୍ଷରେ ଲୁକ୍କାୟିତ ହୋଇ ରହିଛି ଯାହାର ଆବିର୍ଭାବ ସମୟାନୁସାରେ ହୋଇ ଚାଲିଛି । ଏଥି ମଧ୍ୟରେ ରହିଛି ପୁରୁଣା ଭୁବନେଶ୍ବରର ଉତ୍ତର ଦରଜା ବଡୁ ସାହିର ଶୁକଶାରୀ ମନ୍ଦିର ।ଏହି ମନ୍ଦିରଟି ବିନ୍ଦୁ ସାଗର ର ଦକ୍ଷିଣ ଦିଗରେ ଅବସ୍ଥିତ l ଯଦିଓ ଏଠାରେ ଅନେକ ବର୍ଷ ହେଲା ପୂଜା ବନ୍ଦ […]

Continue Reading

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୋଦୀ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Continue Reading

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି । ସୂଚନା ଅନୁସାରେ, ଶ୍ରୀଜିଉଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ପଞ୍ଚମ ଦିନରେ ହେରାପଞ୍ଚମୀ ତିଥୀ ପାଳନ କରାଯାଏ । ଏଥିରେ ମାଆ ଲକ୍ଷ୍ମୀ ସାଆନ୍ତାଣି […]

Continue Reading

କଟା ଡ୍ରେସ ପିନ୍ଧିଲେ ଦିଅଁ ଦର୍ଶନ ମନା: ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିଲା କଟକଣା

ପୁରୀ: ଏଣିକି ଶ୍ରୀମନ୍ଦିର ଯିବା ପାଇଁ ଭକ୍ତଙ୍କଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ ଅଙ୍ଗକୁ ଢାଙ୍କିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ପାଶ୍ଚାତ୍ୟ ପୋଷାକ ଉପରେ ଲାଗିପାରେ ବ୍ୟାନ । ଅନେକ ଦିନରୁ ଏ ନେଇ ତର୍ଜମା ଚାଲିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ […]

Continue Reading