ବ୍ୟୁରୋ : ଖଣ୍ଡଗିରିକୁ ଆସିବେ ନାହିଁ ୩ ନର୍ତ୍ତକୀ । ଖୋଲି ପାରିବେ ନାହିଁ ଅନ୍ତଃ ବସ୍ତ୍ର । କରିପାରିବେନି ଅଙ୍ଗ ପ୍ରଦର୍ଶନ । ଏପରି ଏକ ନିଷ୍ପତି ନେଇଛି ପୂଜା କମିଟି । ମୁଖ୍ୟତଃ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀଙ୍କ କଥା ସବୁଠି ଚର୍ଚ୍ଚା ହେଉଛି । ହେଲେ ସତ୍ୟ ଆଉ କିଛି ରହିଛି । ସତ କଥା ହେଉଛି ଆସନ୍ତା ଫେବୃଆରୀ ୬ ରୁ ୧୭ ଯାଏ ଖଣ୍ଡଗିରି କୁମ୍ଭ ମେଳା ଅନୁଷ୍ଠିତ ହେବ । ପ୍ରତିବର୍ଷ ପରି ୬ଟି କମିଟି ବିଭିନ୍ନ ଯାତ୍ରାଙ୍କୁ ଡକାଇ କଳା ପରିବେଷଣ କରିବେ । ହେଲେ କୌଣସି କମିଟି କିମ୍ବା ଯାତ୍ରା ପାର୍ଟି ବାହାର ନର୍ତ୍ତକୀଙ୍କୁ ଆଣି ପାରିବେ ନାହିଁ । କେବଳ ନିଶା, ସାହୁ ଭାଉଜ, ରାଣୀ ନୁହନ୍ତି କୌଣସି ବାହାର ଡ୍ୟାନ୍ସରଙ୍କୁ ପେଣ୍ଡାଲ ଚଢାଇ ନ ଦେବାକୁ କମିଟି ନିଷ୍ପତି ନେଇଛି । ମାତ୍ର ଏପରି କଲେ ଦର୍ଶକ କମ ହେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ସତ କଥା ହେଉଛି ଯେଉଁମାନେ ଯାତ୍ରା ଦେଖିବାକୁ ଆସନ୍ତି ସେମାନେ ଏହି ନର୍ତ୍ତକୀ ମାନଙ୍କୁ ଖୋଜନ୍ତି ନାହିଁ ।
୧୨ ଦିନର ଏହି ଯାତ୍ରାରେ ୬ଟି କମିଟି ପକ୍ଷରୁ ୧୩ ଟି ଅପେରା ନିଜର ନୃତ୍ୟ ପରିବେଷଣ କରିବେ । ମାତ୍ର ଏଥର ସମସ୍ତ ପାର୍ଟି ନିଜ କଳାକାରଙ୍କୁ ନେଇ ହିଁ ଯାତ୍ରା କରିବେ । ଏହି ଖବର ବ୍ୟାପିବା ପରେ ଅନେକ ଯାତ୍ରା ପ୍ରେମୀ କମିଟିର ଏହି ନିଷ୍ପତିକୁ ଧନ୍ୟବାଦ ଦେଇଛନ୍ତି । ଖଣ୍ଡଗିରି ଯାତ୍ରା ଓ ମେଳା ପାଇଁ କମିଶନରେଟ ପୋଲିସ ବୈଠକ କରି ସମସ୍ତ କମିଟିଙ୍କ ସହ ଆଲୋଚନା କରିବେ । ସବୁ କମିଟିକୁ ନେଇ ହୋଇପାରେ ଗୋଟିଏ ସେଣ୍ଟ୍ରାଲ କମିଟି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ କମିଟି ସହ ସମନ୍ଵୟ ରଖିବ ପୋଲିସ । ଶାଳୀନତାର ସହ ନୃତ୍ୟ ପରିବେଷଣକୁ ଅନୁମତି ମିଳିଛି । ଏନେଇ ଯାତ୍ରା କମିଟି ଓ ପୋଲିସ ବୈଠକରେ ନିଷ୍ପତ୍ତି ହୋଇଛି ।